ମଣ୍ଡେଇ ମହୋତ୍ସବ- ୨୦୨୫ ଉପଲକ୍ଷେ ନୂତନ ମଣ୍ଡେଇ ପଡିଆ ଠାରେ ଭୂମି ପୂଜନ ଅନୁଷ୍ଠିତ

ନବରଙ୍ଗପୁର ତା୨୧/୧୧/୨୫ ଆସନ୍ତା ଡିସେମ୍ବର ମାସ ୧୨ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ନବରଙ୍ଗପୁର ଜିଲ୍ଲାର ଲୋକ ମହୋତ୍ସବ ମଣ୍ଡେଇ ୨୦୨୫ ଭୂମି ପୂଜନ ଜିଲ୍ଲାପାଳ ତଥା ଜିଲ୍ଲା ମଣ୍ଡେଇ କମିଟିର ଅଧ୍ୟକ୍ଷ ଡ ମହେଶ୍ଵର ସ୍ବାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ନବରଙ୍ଗପୁର ହୀର୍ଲି ସ୍ଥିତ ମଣ୍ଡେଇ ପଡିଆ ଠାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ( ସାଧାରଣ) ତପନ କୁମାର ଖୁଣ୍ଟିଆ, ଉପ ଜିଲ୍ଲାପାଳ,ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର, ମଣ୍ଡେଇ ମଞ୍ଚ କମିଟିର ଅଧ୍ୟକ୍ଷ ତଥା ଅଧିକ୍ଷଣ ଯନ୍ତ୍ରୀ ( ଆର୍ ଏଣ୍ଡ ବି)କ୍ଷୀରଧର ଖଣ୍ଡପାନ,ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ସମାଜସେବୀ ମୁନ୍ନା ତ୍ରିପାଠୀ, ବରିଷ୍ଠ ନାଗରିକ ତଥା ଶିକ୍ଷାବିତ ନାରାୟଣ ପଣ୍ଡା, ପୌରପାଳିକା ନିର୍ବାହୀ ଅଧିକାରୀ ଡଃ ଅଶୋକ କର୍ଣ୍ଣ, ଭାରପ୍ରାପ୍ତ ତହସିଲଦାର କୁଶ ଗରଢା,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ରାଧେଶ୍ୟାମ ଲାଇକ,ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର ସହିତ ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚ କମିଟି ସଦସ୍ୟ ମୃତ୍ୟୁଞ୍ଜୟ ଦାସ, ତ୍ରିପତି ବାଲାଜୀ ସାହୁ, ଏମ୍ ବାଲାକ୍ରିଷ୍ଣା, ସୀମାଞ୍ଚଳ ରଥ, ସ୍ଵର୍ଣ୍ଣଲତା ପଟ୍ଟନାୟକ, ସବିତା ପୂଜାରୀ, କପିଳେନ୍ଦ୍ର ପୂଜାରୀ, କିଶୋରୀ ପଟ୍ଟନାୟକ, ସାରଥି ସାହୁ, ସୁଜନ ସୁନା, ମହମ୍ମଦ ଇଲିୟାଶ , ଏ ସନ୍ତୋଷ କୁମାର, ନୀଳକଣ୍ଠ ନାୟକ ,ଗଣମାଧ୍ୟମ ପ୍ରତିନିଧି ସହ ପୂଜକ ବିଚିତ୍ରାନନ୍ଦ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *