ଭଦ୍ରକ ଜିଲ୍ଲା କୃଷି ବିଭାଗ ଏବଂ ରାଣୀ ତାଲ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ମାଣ୍ଡିଆ ଦିବସ

.=ଭଦ୍ରକ ଜିଲ୍ଲା କୃଷି ବିଭାଗ ଏବଂ ରାଣୀ ତାଲ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ମାଣ୍ଡିଆ ଦିବସ ଖାଦ୍ୟ ମେଳା ପ୍ରଦର୍ଶନୀ ଚରମ୍ପା ଠାରେ ଅନୁଷ୍ଠିତ ହୋଇଯାଇଛି।ମେଳାରେ ବିଧାୟକ ଅଶୋକ ଦାସ,ଜିଲ୍ଲାପାଳ ଦିଲୀପ ରାଉତରାୟ, ଜିଲ୍ଲା ମୁଖ୍ୟ କୃଷି ଅଧୂକାରୀ ଜଗଦୀଶ ପ୍ରସାଦ ବେହେରା, ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ର ର ମୁଖ୍ୟ ବୈଜ୍ଞାନିକ ସଞ୍ଜୟ ମହାନ୍ତି,ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ପ୍ରମୁଖ ଯୋଗ ଦେଇ ମାଣ୍ଡିଆ ଚାଷ,ମାଣ୍ଡିଆଖାଦ୍ୟ ର ପ୍ରସାର ଉପରେ ମତ ରଖ୍ ଥିଲେ। ଏହି ଅବସରରେ ଜିଲ୍ଲାର ବନ୍ଧ ବ୍ଲକ ରେ ମାଣ୍ଡିଆ ଚାଷ କରିଥିବା ସଫଳ ଚାଷୀ ମାନଙ୍କୁ ସମ୍ବର୍ଷିତ କରା ଯିବା ସ‌ହ ମାଣ୍ଡିଆ ଚାଷ ଖାଦ୍ୟ ଉପରେ ବକୃତା ପ୍ରତିଯୋଗୀତାରେ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା।ମାଣ୍ଡିଆ ଖାଦ୍ୟ ମେଳା ପ୍ରଦର୍ଶନୀ ରେ ପୋଡୋ ପଠା,ସୁଜି ଛେନା,ରସମଲେଇ, ଇଟିଲି,ମୁଆଁ ପିଠା,ଚକୁଳି,ଗଇଁଠା,ଆରିସା ପିଠା,ସବୁଜ ପରିବା,ଦେଶୀ କିସମ ବିହନ,ଫସଲର ଉତ୍ପାଦନ,ସ୍ଥାନ ପାଇ ଥୂଲା। ବିଧାୟକ,ଜିଲ୍ଲାପାଳ,ମାଣ୍ଡିଆ ଖାଦ୍ୟ ମେଳା ଷ୍ଟଲ ବୁଲି ଦେଖୁବା ସହ ମାଣ୍ଡିଆ ଖାଦ୍ୟ ଖାଇ ଥିଲେ।ଜିଲ୍ଲାପାଳ,ଚାଷୀ,କୃଷି ଅଧୂକାରୀ ପ୍ରମୁଖ କହିଥିଲେ ସମସ୍ତେ ମାଣ୍ଡିଆ ଖାଦ୍ୟ ଖାଇବା ସହ ଓଡ଼ିଶାକୁ ଦେଶର ମିଲେଟ ରେ ପରିଣତ କରିବାକୁ ଆଗେଇ ଆସିବା ଉଚିତ ।

Leave a Reply

Your email address will not be published. Required fields are marked *