କୋଣାର୍କ ଉତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ମଣିପୁରୀ ଓ ଓଡ଼ିଶୀ ନୃତ୍ୟ ପରିବେଷଣ
ପ୍ରସିଦ୍ଧ କୋଣାର୍କ ଉତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚରେ ମଣିପୁରୀ ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଅତ୍ୟନ୍ତ ଚିତ୍ତାକର୍ଷକ ପ୍ରଦର୍ଶନରେ ଦର୍ଶକ ମାନେ ବିମୋହିତ ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ କୋଲକତାର ପ୍ରୀତି ପଟେଲଙ୍କ ନୃତ୍ୟ ଗ୍ରୁପ ମଣିପୁରୀ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ଭାବେ ଦ୍ୱିତୀୟ ସୋପାନରେ କୋଲକାତାର ଆଲୋକା କାନୁନଗୋ ଗ୍ରୁପ୍ ପକ୍ଷରୁ ଓଡ଼ିଶୀ ନୃତ୍ୟ ଆକର୍ଷଣ ସାଜିଥିଲା। ରଙ୍ଗମଞ୍ଚରେ ଭରପୁର ଦର୍ଶକ ନୃତ୍ୟ ପ୍ରଦର୍ଶନ ଦେଖି ବିଭୋର ହୋଇଥିଲେ।
କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ
