କୋରାପୁଟ ଜିଲ୍ଲାରେ ନୂତନ ଭାବେ ଜିଲ୍ଲାପାଳ ଭାବେ ମନୋଜ ସତ୍ୟଭାନ ମହାଜନ

କୋରାପୁଟ ଜିଲ୍ଲାରେ ନୂତନ ଭାବେ ଜିଲ୍ଲାପାଳ ଭାବେ ମନୋଜ ସତ୍ୟଭାନ ମହାଜନ ଦାୟୀତ୍ବ ଗ୍ରହଣ କରିବା ପରେ ଆଜି ଗୁରୁବାର କୋଟିଆ ପଞ୍ଚାୟତ ଗସ୍ତ କରିଅଛନ୍ତ ।ଜିଲ୍ଲାପାଳ ଶ୍ରୀ ମହାଜନ ଦାୟୀତ୍ବ ଗ୍ରହଣ ନେବା ପରେ ସେ କୋଟିଆ ରେ ପହଞ୍ଚି ଓଡ଼ିଶା ସରକାରଙ୍କ ଦ୍ଵାରା ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟଗୁଡ଼ିକ ତଦାରଖ କରି ଫେରିଛନ୍ତି।ସେ କୋଟିଆ ପଞ୍ଚାୟତ ର ବିଭିନ୍ନ ଗ୍ରାମ ଗୁଡ଼ିକୁ ଗସ୍ତ କରିଥିଲେ।ଉକ୍ତ ଅଞ୍ଚଳର ବିଭିନ୍ନ ଗ୍ରାମବାସୀ ଙ୍କ ସହ ଆଲୋଚନା କରି ସହ ସେମାନଙ୍କ ସମସ୍ୟା ଗୁଡ଼ିକୁ ପଚାରି ବୁଝିଥିଲେ।ସମସ୍ୟା ଗୁଡ଼ିକୁ ସମାଧାନ କରାଯିବା ନେଇ ପ୍ରୟାସ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ନେଇ ଜଣାପଡିଛି।

Leave a Reply

Your email address will not be published. Required fields are marked *