ମନୋରମା ମହାପାତ୍ରଙ୍କ ୯୧ ତମ ଜୟନ୍ତୀ ପାଳିତ

ଜଗତସିଂହପୁର ୧୦/୬ ଜଗତସିଂହପୁର ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟା ଓ ସୁସାହିତ୍ୟିକI ମନୋରମା ମହାପାତ୍ରଙ୍କ ୯୧ତମ ଜୟନ୍ତୀ ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ସ୍ଥାନୀୟ ପୁରୁଣାଗଡ଼ସ୍ଥିତ ପ୍ରଫୁଲ ପାଠାଗାରଠାରେ ପାଳିତ ହୋଇଯାଇଛି। ପରିଷଦର ସଭାପତି ଅବସରପ୍ରାପ୍ତ ଅଧ୍ୟାପକ ହିମାଂଶୁଶେଖର ଆଚାର୍ଯ୍ୟ ଏହି ସ୍ମୃତିଚାରଣ ସଭାରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଆଲୋଚକଭାବେ ଅଧ୍ୟାପକ ଲଷ୍ମୀଧର ପ୍ରଧାନ ଯୋଗଦେଇ ତାଙ୍କ ବକ୍ତବ୍ୟରେ ସ୍ବର୍ଗତା ମନୋରମା ମହାପାତ୍ର ଜଣେ ସୁଲେଖିକା, ସୁବକ୍ତା, ସମାଜସେଵୀ ଓ ଉଚ୍ଚକୋଟିର ଅଧ୍ୟାପିକା ଭାବେ ସୁପରିଚିତ ଥିଲେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ବଂଶୀଧର ଆଚାର୍ଯ୍ୟ, ସତ୍ୟବାଦୀ ଦାସ, ସଞ୍ଜୟ କୁମାର ସାମନ୍ତସିଂହାର, ଅଜୟ କୁମାର ପତି ଓ ସତ୍ୟବାଦୀ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ସ୍ବର୍ଗତା ମହାପାତ୍ର ବହୁମୁଖୀ ପ୍ରତିଭାର ଅଧିକାରିଣୀ ଥିଲେବୋଲି କହିବା ସହିତ ତାଙ୍କ କାର୍ଯ୍ୟକୁଶଳତା ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ପାଠାଗାରର ସମ୍ପାଦକ ସୁରେନ୍ଦ୍ର ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *