ଉପକୂଳ ରାଜପଥ ନିର୍ମାଣ ପୂର୍ବ ନିର୍ଦ୍ଧାରିତ ନକ୍ସା ଅନୁସାରେ କରିବାକୁ ଦାବି
ଉପକୂଳ ରାଜପଥ ନିର୍ମାଣ ପୂର୍ବ ନିର୍ଦ୍ଧାରିତ ନକ୍ସା ଅନୁସାରେ କରିବାକୁ ଦାବି । କେନ୍ଦ୍ର ସରକାରଙ୍କ ସାଗରମାଳା ପ୍ରକଳ୍ପ ମାଧ୍ୟମରେ ଜଗତସିଂହପୁର ଜିଲ୍ଲା ଦେଇ ଯାଉଥିବା ଉପକୂଳ ରାଜପଥ ନିର୍ମାଣକୁ ନେଇ ପୁଣି ବିବାଦ ମୁଣ୍ଡ ଟେକିଛି । ବାରମ୍ବାର ରାଜପଥ ନିର୍ମାଣ ନକ୍ସା ପରିବର୍ତ୍ତନକୁ ନେଇ ନାଉଗାଁ ବିକାଶ ପରିଷଦ ପକ୍ଷରୁ ଆପତ୍ତି ଅଭିଯୋଗ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ନକ୍ସାକୁ କାୟମ ରଖିବାକୁ ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନାଉଗାଁ ବିକାଶ ପରିଷଦ ପକ୍ଷରୁ ଦାବୀ କରାଯାଇଛି । ଉପକୂଳ ଜାତୀୟ ରାଜପଥ ନକ୍ସା ପରିବର୍ତ୍ତନ ପ୍ରତିବାଦରେ ନାଉଗାଁ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ,ବରିଷ୍ଠ ବିଜେପି ନେତା ଉପେନ୍ଦ୍ର ବିଶ୍ୱାଳ, ସମାଜସେବୀ ସୂର୍ଯ୍ୟ ମହାନ୍ତି, ନିରଞ୍ଜନ ବେଉରାଙ୍କ ସମେତ ନାଉଗାଁ, ବାଲିକୁଦା ଓ ଜଗତସିଂହପୁରର ବହୁ ଜନସାଧରଣ ଯୋଗ ଦେଇ ପରିବର୍ତ୍ତିତ ନକ୍ସାକୁ ବିରୋଧ କରିଥିଲେ । ଏହି ପରିବର୍ତ୍ତିତ ନକ୍ସା କାର୍ଯ୍ୟକାରୀ ହେଲେ ବନ୍ୟା ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସାମନା କରିବାକୁ ପଡିବା ସହିତ ପର୍ଯ୍ୟାବରଣ ନଷ୍ଟ ହେବାର ଯଥେଷ୍ଟ ନଷ୍ଟ ହେବାର ସମ୍ଭାବନା ରହିଛି । ତେଣୁ ପୂର୍ବ ନିର୍ଦ୍ଧାରିତ ନକ୍ସା ଅନୁସାରରେ ରାଜପଥ ନିର୍ମାଣ ପାଇଁ ଦାବି ରଖିଛି ନାଉଗାଁ ବିକାଶ ପରିଷଦ । ଏ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।
ଜଗତସିଂହପୁର ରୁ ରୀତା ସାହୁ
