ମାର୍ଚ୍ଚ ୫କୁ ପଞ୍ଚାୟତ ରାଜ ଦିବସ ଭାବେ ବିଜେପି ସରକାର ପାଳନ ନକରିବା ବିଜେଡ଼ି ପକ୍ଷରୁ ବ୍ଲକ ସମ୍ମୁଖରେ ପ୍ରତିବାଦ
ମାର୍ଚ୍ଚ ୫କୁ ପଞ୍ଚାୟତ ରାଜ ଦିବସ ଭାବେ ବିଜେପି ସରକାର ପାଳନ ନକରିବା ବିଜେଡ଼ି ପକ୍ଷରୁ ବ୍ଲକ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ।ମାର୍ଚ୍ଚ ୫କୁ ପଂଚାୟତ ରାଜ ଦିବସକୁ ରାଜ୍ୟ ବିଜେପି ସରକାର ପାଳନ ନକରିବା ଏହାକୁ ନେଇ ସାରା ରାଜ୍ୟରେ ଆରେ ଆଜି ବିଯୁଜନତା ପକ୍ଷରୁ ପ୍ରତି ବ୍ଲକ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେହି ପରିପେକ୍ଷୀରେ ଆଜି କାମାକ୍ଷାନଗର ପୁର୍ବତନ ବିଧାୟକ ପ୍ରଫୁଲ୍ଲ ମଲ୍ଲିକଙ୍କ ନେତୃତ୍ୱରେ ସହ ସହ ବିଜେଡ଼ି କର୍ମୀଙ୍କୁ ନେଇ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।।ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ସ୍ରଷ୍ଟା କିମ୍ବଦନ୍ତୀ ପୁରୁଷ ସ୍ବର୍ଗତ ବିଜୁବାବୁଙ୍କୁ ସମ୍ମାନ ସୂଚକ ତଥା ତାଙ୍କୁ ମନେ ରଖିବା ପାଇଁ ବିଜୁପଟନାୟକ ଙ୍କ ଜନ୍ମ ଦିନକୁ ପଂଚାୟତରାଜ ଦିବସ ଭାବେ ପାଳନ ପୂର୍ବ ବିଜେଡ଼ି ସରକାର ପାଳନ କରୁଥିଲେ । କାରଣ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଏହି ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ରାଜ୍ୟରେ ପ୍ରଣୟନ କରି ରାଜ୍ୟ ଶାସନ ବ୍ୟବସ୍ଥା ରେ ସୁଧାର ଆଣିଥିଲେ ।କିନ୍ତୁ ସରକାର ବଦଳିଯିବା ପରେ ବିଜେପି ନେତୃତ୍ଵାଧନ ନୂଆ ଡବଲ ଇଂଜିନ ସରକାର ପ୍ରଥମେ ରଙ୍ଗକୁ ବଦଳାଇବା ଆରମ୍ଭ କରିଥିଲେ । ଏବେ ପୁଣି ରାଜ୍ୟ ତଥା ଦେଶର ଗର୍ବ ଗୌରବ ବହନ କରିଥିବା ଏପରିକି ଦେଶ ବାହାରେ ମଧ୍ୟ ନିଜର ବିରତ୍ଵ ପଦର୍ଶନ କରି ଦେଶ ଓ ରାଜ୍ୟର ଗୌରବ ବଢାଇ ଥିବା କିମ୍ବଦନ୍ତୀ ପୁରୁଷ ସ୍ବର୍ଗତ ବିଜୁଟ୍ଟନାୟକ ଙ୍କ ସମ୍ମାନାର୍ଥେ ଏହି ତ୍ରିସ୍ତରୀୟ ପଞ୍ଚାୟତ ଦିବସ ପାଳନ କରାଯାଉଥିବା ବେଳେ ତାଙ୍କ ଜନ୍ମଦିନ ଅବସରରେ ଏହାକୁ ପାଳନ ନ କରିବା ନିଷ୍ପତି ଦୁର୍ଭାଗ୍ୟ ଜନକ ଓ ଅଗଣିତ ବିଜୁପ୍ରେମୀଙ୍କୁ ବ୍ୟଥିତ କରିଛି ବୋଲି ପୂର୍ବତନ ବିଧାୟକ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି । ଏବଂ ନୁଆ ସରକାର ଏହି ଦିବସ କୁ ଏପ୍ରିଲ ୨୪ରେ ସର୍ବ ଭାରତୀୟ ସ୍ତରରେ ପାଳନ କରାଯାଉଥିବା ଯୋଗୁ ସେହିଦିନ ଏକସଙ୍ଗେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।ଯାହା ଗ୍ରହଣୀୟ ଯୋଗ୍ୟ ନୁହେଁ। ଏଥି ସହିତ ବିଜୁବାବୁଙ୍କ କୌଣସି ଦଳୀୟ ମୋନୋଭାବ ନନେ଼ଇ ତାଙ୍କ ପ୍ରତି ଉଚିତ୍ ସମ୍ମାନ ସୂଚକ ଭାବେ ସରକାର ଙ୍କ ଏହି ହୀନ ନିଷ୍ପତ୍ତି ରୁ ନିବୃତ୍ତ ରୁହନ୍ତୁ ନଚେତ୍ ରାଜ୍ୟର ଅଗଣିତ ବିଜୁ ପ୍ରେମୀ ଓଡିଶା ବାସୀ ଏହି ଅପମାନର ନିଶ୍ଚିତ ଉଚ୍ଚିତ ଜବାବ ଦେବେ ବୋଲି ଆଜି ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମଲିକ ଅଭିଭାଷଣ ରେ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ ସମବାୟ ସମିତି ସଭାପତି ଜିଲ୍ଲା ପରିଷଦ ସଦସ୍ୟା ସଦସ୍ୟା ସମେତ ବିଜେଡ଼ି ସରପଞ୍ଚ ସମିତି ସଭ୍ୟ ସଭ୍ୟା କାଉଁ ସିଲର ଓ ବିଯୁଜନତା ଦଳର ସମସ୍ତ ପଦାଧିକାରୀ ଓ କର୍ମକର୍ତା ଉପସ୍ଥିତ ଥିଲେ।
