ଜାତୀୟ କନ୍ୟା ସନ୍ତାନ ଦିବସ ଉପଲକ୍ଷେ ପଦଯାତ୍ରା
ଜଗତସିଂହପୁର, ତା ୨୧/୦୧/୨୦୨୬ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖସ୍ଥ ପଡିଆରେ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଜାତୀୟ କନ୍ୟା ସନ୍ତାନ ଦିବସର ଏକ ପଦଯାତ୍ରା ଆୟୋଜନ କରାଯାଇଥିଲା।ଏହି ପାଦ ଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତିଶଙ୍କର ରାୟ ଶୁଭ ଉଦ୍ଘାଟନ କରିଥିଲେ। ପଦଯାତ୍ରା ଟି ଜିଲ୍ଲାପାଳ ଙ୍କ କାର୍ଯାଳୟ ଠାରୁ ଆରମ୍ଭ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦେଇ ପୁନଶ୍ଚ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖସ୍ଥ ପଡିଆରେ ସମାପ୍ତ ହୋଇଥିଲା ।

ଏହି ପଦଯାତ୍ରାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠୀ , ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ରମଣୀ ଲାକ୍ରା ,ମହିଳା ସଶକ୍ତିକରଣ କେନ୍ଦ୍ର ର ସମସ୍ତ କର୍ମଚାରୀ,ଜିଲ୍ଲା ସମାଜ ମଙ୍ଗଳ ଉପବିଭାଗ ର ସମସ୍ତ କର୍ମଚାରୀ, ଅଙ୍ଗନ ବାଡ଼ି କର୍ମୀ, ୱାନ୍ ଷ୍ଟପ ସେଣ୍ଟର୍ କର୍ମକର୍ତ୍ତା ଓ କିଶୋରୀ ବାଳିକା ମାନେ ଅଂଶଗ୍ରହଣ କରିଥିଲେ।
