ଆଦିକବି ଶାରଳା ଦାସ ଙ୍କ ସାଧନା ପୀଠକୁ ଐତିହ ଗ୍ରାମ ଦାବିରେ ପଦଯାତ୍ରା।
ତିର୍ତ୍ତୋଲ:ଓଡ଼ିଆ ଭାଷା ସାହିତ୍ୟର ସ୍ରଷ୍ଟା ଆଦିକବି ଶାରଳା ଦାସ ଙ୍କ ସାଧନା ପୀଠ ତେନ୍ତୁଳିପଦା ଗ୍ରାମକୁ ବରପୁତ୍ର ଐତିହ ଗ୍ରାମ ଯୋଜନାରେ ସାମିଲକରିବା ଦାବିରେ ପଦଯାତ୍ରା କରାଯାଇଛି।। ତେନ୍ତୁଳିପଦା ବୃଦ୍ଧା ନଦୀଠାରୁ ଏହି ପଦ ଯାତ୍ରା ଆରମ୍ଭ ହୋଇ ବିଲ ଶାରଳା ମନ୍ଦିର ଠାରେ ଶେଷ ହୋଇଥିଲା। ଓଡ଼ିଆ ଭାଷାର ସ୍ରଷ୍ଟା ଆଦିକବି ଶାରଳା ଦାସ ଯାହାଙ୍କର ଲେଖନୀ ରେ ସୃଷ୍ଟି ହୋଇଥିଲା ସଠିକ ଓଡ଼ିଆଭାଷା, ଓଡ଼ିଆଭାଷା ରେ ଲିଖିତ ମହାଭାରତ,ଵିଲଙ୍କା ରାମାୟଣ ଭଳି ଏକାଧିକ ଗ୍ରନ୍ଥ। ଆଦିକବି ଶାରଳା ଦାସ ତିର୍ତ୍ତୋଲ ଝଙ୍କଡ଼ ମାଟିର କାଳିନାଗଠାରେ ଜନ୍ମ ନେଇଥିବା ବେଳେ ତେନ୍ତୁଳିପଦା ମୁନିଗୋସେଇଁ ମଠ ଠାରେ ସିଏ ସମାଧି ନେଇଥିଲେ। ରାଜ୍ୟ ସରକାର ସମସ୍ତ ବରପୁତ୍ର ମାନଙ୍କ ଜନ୍ମ ଏବଂ ସମାଧି ସ୍ଥଳକୁ ଐତିହ ଗ୍ରାମ ର ମାନ୍ୟତା ଦେଉଥିବା ବେଳେ ତେନ୍ତୁଳିପଦା ର ଏହି ସ୍ଥାନକୁ ଅଣଦେଖା କରାଯାଇଛି ଯାହାକୁ ନେଇ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ଯଦି ସରକାର ଏଥିପ୍ରତି ଦୃଷ୍ଟି ନଦେବେ ତେବେ ଆସନ୍ତା ସମୟରେ ବ୍ୟାପକ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଧା।
