ମାର୍ଗଶିର ଆସିଲା
ମାର୍ଗଶିର ଆସିଲା
ମାର୍ଗଶିର ଆସିଲା ରେ ଭାଇ ମାର୍ଗଶିର ଆସିଲା
ଚଷା ଭାଇ ଆନନ୍ଦରେ କ୍ଷେତ ସବୁ କାଟିଲା।
ମାର୍ଗଶିର ଆସିଲା।
ମାଣବସା ପୂଜା ପାଇଁ ଲିପାପୋଛା ଚାଲିଲା।
ଝୋଟି ଚିତା ମୁରୁଜ ରେ ଘର ଦ୍ବାର ଦୁଶିଲା
ଲିପାପୋଛା ଚାଲିଲା
ମାର୍ଗଶିର ଆସିଲା।
ଧାନକେଣ୍ଡା ସଙ୍ଗେ ଆଖୁ ମୂଳା
ପୂଜା ହୋଇଲା
କୋଶଳା ଶାଗ ର ଭଜା ପୂଜା ମଧ୍ୟେ ରହିଲା
ମୂଳା ପୂଜା ହୋଇଲା
ମାର୍ଗଶିର ଆସିଲା।
ଗୁରୁବାର ଦିନ ଧାନକଟା ନୋହିଲା
ମାର୍ଗଶିର ଆସିଲା ରେ ମାର୍ଗଶିର ଆସିଲା
ଧାନକଟା ନୋହିଲା
ମାର୍ଗଶିର ଆସିଲା।
ଗ୍ରାମ ମଣ୍ଡପରେ ଲକ୍ଷ୍ମୀ ପୂଜା ହୋଇଲା
ଶ୍ରୀୟା ଚଣ୍ଡାଳୁଣୀର କଥା ମନ ମଧ୍ଯେ ରହିଲା
ଲକ୍ଷ୍ମୀ ପୂଜା ହୋଇଲା
ମାର୍ଗଶିର ଆସିଲା।
ଶୁକଳ ଦଶମୀ ଯେବେ ଗୁରୁବାରେ ପଡିଲା
ସୁଦୁଶାବ୍ରତ ଓଷା ସେହିଦିନ ହୋଇଲା
ମାର୍ଗଶିର ଆସିଲା ରେ ମାର୍ଗଶିର ଆସିଲା।
ଶ୍ରୀ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬
