ଗଞ୍ଜେଇ କେସ

ଅଦ୍ୟ ତା ୦୩.୦୩.୨୦୨୬ ସମୟ ଦିନ ଘ. ୦୧.୨୦ ମି ରେ ଖୋର୍ଦ୍ଧା ଅବକାରୀ ଅଧିକ୍ଷିକା ଶ୍ରୀମତୀ ସୁମତି ତ୍ରିପାଠୀ ଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଖୋର୍ଦ୍ଧା ରେଞ୍ଜ ଅବକାରୀ ନିରୀକ୍ଷକ ଶ୍ରୀ ରାଧାକାନ୍ତ ଭୋଇ ଙ୍କ ତତ୍ତ୍ଵାବଧାନରେ ନାୟରା ପେଟ୍ରୋଲ ଫିଲିଂ ଷ୍ଟେସନ ସାମନାରେ ତରତୁଆ ଜାତୀୟ ରାଜପଥ ନଂ ୫୭ ରେ ଅଭିଯୁକ୍ତ -ଶିବ ଦିଗାଲ, ଯାହାର ବୟସ-୨୬ ବର୍ଷପିତା – ଜୟ ଦିଗାଲଗ୍ରାମ – ପ୍ରେମଝରି, ପୋ – ବୈକୁମ୍ପାଥାନା – ଖଜୁରୀପଡ଼ା ଜିଲ୍ଲା – କନ୍ଧମାଳ କୁ ବେଆଇନ ଅବକାରୀ ଦ୍ରବ୍ୟ ଯଥା ଗଞ୍ଜେଇ ଚୋରା ଚାଲାଣ ପାଇଁ ଖୋର୍ଦ୍ଧା ଅବକାରୀ ବିଭାଗ ଓ .ଆଇ .ସି .ଶ୍ରୀ ସୁଜିତ୍ କୁମାର ମୁଦୁଲି ତଥା ତାଙ୍କ ବିଭାଗୀୟ କର୍ମଚାରୀ ମାନ ଙ୍କ ସହା ୟତାରେ ଅଟକାଇ ଗିରଫ କରି ପି. ଆର୍. ନ- ୩୦୪/୨୫-୨୬ ରେ ଏକ ଅବକାରୀ ମାମଲା ରୁଜୁ କରି କୋର୍ଟ କୁ ଚାଲାଣ କରିଛନ୍ତି। ଏହି ଗଞ୍ଜେଇ କେସ ରେ ଅଭିଯୁକ୍ତ ପାଖରୁ ୧୦୦(ଶହେ) କେଜି ଗଞ୍ଜେଇ, ଏକ ଧଳା ରଙ୍ଗର ମହିନ୍ଦ୍ରା ନିଓ ବୋଲେରୋ ରେ ଥାଇ ଯାହାର ନ – ଓ ଡୀ -୦୫- ସି ଜି -୨୭୦୯ ଓ ଦୁଇ ଟି ସ୍ମାର୍ଟ ଫୋନ ଜବତ କରାଯାଇଛି। ରେଡିଂ ଟିମ୍ ର ଅନ୍ୟ ସଦସ୍ୟ ହେଲେ – ଶ୍ରୀ ସମରେନ୍ଦ୍ର ସାମନ୍ତ ସିଂହାର, ଟିଟୁ ସାହୁ, ପ୍ରଣବ କୁମାର ବେହେରା, ଚିନ୍ମୟୀ ସେଠୀ, ସାନନ୍ଦ କହର ଆଦି।

Leave a Reply

Your email address will not be published. Required fields are marked *