ଲକ୍ଷାଧିକ ଟଙ୍କା ର ଗଞ୍ଜେଇ ଜବତ, ଦୁଇ ଗିରଫ

Date-25/8/25 କାମାକ୍ଷାନଗର ଓ ଭୁବନ ଅବକାରୀ ବିଭାଗ ର ମିଳିତ ଚଢ଼ାଉ l ଲକ୍ଷାଧିକ ଟଙ୍କା ର ଗଞ୍ଜେଇ ଜବତ ହୋଇଥିବା ବେଳେ ଦୁଇ ଗଞ୍ଜେଇ ମାଫିଆ ଙ୍କୁ ଗିରଫ କରିଛି ପୋଲିସ l ସୂଚନା ଅନୁସାରେ ଭୁବନ ସହର ର କିଛି ସ୍ଥାନ ରେ ଚୋରା ଗଞ୍ଜେଇ ବେପାର ହେଉଥିବା ନେଇ ଅବକାରୀ ବିଭାଗ କୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା l ଖବର ଆଧାର ରେ ଅବକାରୀ ବିଭାଗ ଏକ ସ୍ୱତନ୍ତ୍ର ଟିମ ଗଠନ କରି ସହର ର ୧୪ ନମ୍ବର ୱାର୍ଡ ରେ ଥିବା ବାଞ୍ଛାନିଧି ପୃଷ୍ଟି ଓ ୧୫ ନମ୍ବର ୱାର୍ଡ ରେ ଥିବା ହିମାଂଶୁ ବେହେରା ଙ୍କ ଘରେ ଚଢ଼ାଉ କରିଥିଲା l ଚଢ଼ାଉ ବେଳେ ବାଞ୍ଛାନିଧି ଙ୍କ ନିକଟ ରୁ ୮ କେଜି ଗଞ୍ଜେଇ ଓ ଏକ ବାଇକ ଜବତ ହୋଇଥିବା ବେଳେ ହିମାଂଶୁ ଙ୍କ ନିକଟ ରୁ ୭. ୫ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ l ଚଢ଼ାଉ ପରେ ଉଭୟ ଙ୍କୁ କାମାକ୍ଷାନଗର ଆଣି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ l

Leave a Reply

Your email address will not be published. Required fields are marked *