ଆଜି ଖୋଲିଲା ମାର୍କେଟ ବିଲଡିଙ୍ଗ
ଭୁବନେଶ୍ଵର: ମାର୍କେଟ ବିଲଡିଙ୍ଗ ଆସୋସିଏସନ୍ ତରଫରୁ ପ୍ରକାଶ ଥାଉକି ଆଜି ଅପରାହ୍ନ ଠାରୁ ମାର୍କେଟ ବିଲଡିଙ୍ଗ ରେ ଥିବା ସମସ୍ତ ଦୋକାନ ବଜାର ଖୋଲା ହେବ।ବି ଏମ୍ ସି ଓ ମାର୍କେଟ ଆସୋସିଏସନ୍ ସମାଧାନ ର ବାଟ ଫିଟିଛି। ଗଲା କାଲି ସନ୍ଧ୍ୟାରେ ବସିଥିବା ବୈଠକରେ ଆଲୋଚନା କରି ଏହାର ସମାଧାନର ସୂତ୍ର ବାହାରିଛି। ମାତ୍ର ବର୍ଷା ଯୋଗୁଁ ବୈଠକ ଅଧାରେ ବନ୍ଦ ରଖାଯାଇଛି, ଆଜି ଏ ବୈଠକ ଅନୁଷ୍ଠିତ ହେବ। ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇ ଚୁକ୍ତିନାମା ହେବାପରେ ଅପରାହ୍ନ କୁ ମାର୍କେଟର ସମସ୍ତ ଦୋକାନ ବଜାର ଖୋଲା ହେବ। ଚୁକ୍ତିନାମା ନୁସାରେ ସେଣ୍ଟ୍ରାଲ ମାର୍କେଟ ସଂଘ ମାର୍କେଟ ର ରକ୍ଷଣାବେକ୍ଷଣ କରିବ। ମାର୍କେଟ ର ସଂପୂର୍ଣ୍ଣ ସୌନ୍ଦର୍ଯ୍ୟ କରଣ ସଂଘର ପ୍ରଚେଷ୍ଟାରେ ପି ପି ପି ମୋଡରେ ସୌନ୍ଦର୍ଯ୍ୟ କରଣ ହୋଇଛି। ମାତ୍ର ଉଠା ଦୋକାନୀ ବସିବାରୁ ଏହାର ଉନ୍ନତିକରଣ ସଂପୂର୍ଣ୍ଣ ନଷ୍ଟ ହୋଇଯାଉଛି। ତେଣୁ ଆଜକୁ ଅଠର ଦିନ ହେଲା ମାର୍କେଟ ବିଲଙ ଆସୋସିଏସନ୍ ତରଫରୁ ମାର୍କେଟ ବିଲଙ ବନ୍ଦ ରହିଥିଲା। ଫଳରେ ବହୁ କୋଟି ଟଙ୍କାର ବ୍ୟବସାୟ ବନ୍ଦ ହୋଇଯାଇଥିଲା।ଆଉ ବହୁ କୋଟି ଟଙ୍କାର ରାଜସ୍ବ କ୍ଷତି ଘଟାଇଥିଲା, ହଜାର ହଜାର ଲୋକ ମଧ୍ୟ ନା ନା ଅସୁବିଧାର ସମ୍ମୁଖୀନ ହେଉଥିଲେ।
ରିପୋର୍ଟ : ଅମିୟ କୁମାର ଜେନା,
