ବଡିଜଙ୍ଗା ମାର୍କେଟ କମ୍ପ୍ଲେକ୍ସ ଅଧାପନ୍ତରିଆ
ବଡିଜଙ୍ଗା ମାର୍କେଟ କମ୍ପ୍ଲେକ୍ସ ଅଧାପନ୍ତରିଆ।
ନୂତନ ସରପଞ୍ଚ ଦାୟିତ୍ୱ ନେବାର ୪ ବର୍ଷ ବିତିଗଲା।
ସମ୍ପୁର୍ଣ୍ଣ ହେଲାନାହିଁ ମାର୍କେଟ କମ୍ପ୍ଲେକ୍ସ।
ସ୍ଥାନୀୟ ବ୍ୟବସାୟୀ ହନ୍ତସନ୍ତ।
ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ର ରଙ୍କେଇ ଓ ବଡିଜଙ୍ଗା ଛକ ନିକଟରେ ୨୨/୨୩ ମସିହାରେ ବଡିଜଙ୍ଗା ମାର୍କେଟ କମ୍ପ୍ଲେକ୍ସ ନାମରେ ପଞ୍ଚାୟତ ର ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହୋଇଥିଲା। ତିନି ବଖରା ଘର ସହିତ ଏକ ବାରଣ୍ଡା ମଧ୍ୟ ନିର୍ମାଣ କରାଯାଇଥିଲା। ଏଥିପାଇଁ ସେତେବେଳେ ପ୍ରାୟ ୨ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳ ହୋଇଥିବା ସୂଚନା ମିଳିଛି।ଘର ଛାତ ପଡିଯାଇଥିବା ବେଳେ ପ୍ଲାଷ୍ଟର ହୋଇନାହିଁ କି କବାଟ ଝରକା ଆଜି ପର୍ଯ୍ୟନ୍ତ ଲାଗି ପାରିଲା ନାହିଁ।ଏଥି ମଧ୍ୟରେ ୩ ବର୍ଷ ରୁ ଉର୍ଦ୍ଧ୍ବ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚଇନି ମାର୍କେଟ କମ୍ପ୍ଲେକ୍ସ ଉପରେ ଦୃଷ୍ଟି ଦେଉନଥିବା ଶୁଣିବାକୁ ମିଳୁଛି। ବାରମ୍ବାର ସ୍ଥାନୀୟ ବ୍ୟବସାୟୀ ଓ ଲୋକମାନେ ଅବଗତ କରାଇଲେ ମଧ୍ୟ କିଛି ଫଳପ୍ରଦ ହେଉ ନାହିଁ। ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚଇନି ନିର୍ବାଚିତ ହେବା ପରଠାରୁ ଏ ପର୍ଯ୍ୟନ୍ତ ସେ ମାର୍କେଟ କମ୍ପ୍ଲେକ୍ସ ର ସ୍ଥିତ ପରଖି ନାହାଁନ୍ତି କି ତାର କାର୍ଯ୍ୟଧାରା ଆଗେଇ ନେବାପାଇଁ କିଛି ପଦକ୍ଷେପ ପ୍ରଶାସନ ସ୍ଥରରେ ନେଇନଥିବା ଶୁଣିବିକୁ ମିଳୁଛି।ଖାଲି ସେତିକି ନୁହେଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଫକୀର ମୋହନ ସାହୁ ଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ମଧ୍ୟ ସେ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ଯାହାଫଳରେ ମାର୍କେଟ କମ୍ପ୍ଲେକ୍ସ ଟି ଅବହେଳିତ ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଏଥିରେ ସ୍ଥାନୀୟ ବ୍ୟବସାୟୀ ମାନେ ହଇରାଣ ହେବା ସହିତ ଶୋଷଣର ଶିକାର ହେଉଛନ୍ତି।ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।
