କୋଣାର୍କ ଅର୍ବାନ ହାଟରେ ଖୋଲିଲା ଗାନ୍ଧୀ ଶିଳ୍ପ ବଜାର
କୋଣାର୍କ,୨୭.୧୨()- ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରାଳୟ ସହାୟତାରେ ହସ୍ତଶିଳ୍ପ ସେବା କେନ୍ଦ୍ର ଭୁବନେଶ୍ଵର ପକ୍ଷରୁ କୋଣାର୍କ ଅର୍ବାନ ହାଟରେ ଗାନ୍ଧୀ ଶିଳ୍ପ ବଜାର ଖୋଲା ଯାଇଛି। ଅତିଥି ଭାବେ ଅଧିକାରୀ ଜଗନ୍ନାଥ ମହାପାତ୍ର, ପୁଷ୍ପ କୁମାର ଓ ସମାଜସେବୀ ରାଜେଶ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ମେଳାର ଶୁଭାରମ୍ଭ କରିଥିଲେ। ଏହି ହସ୍ତଶିଳ୍ପ ପ୍ରଦର୍ଶନୀ ରେ ଓଡିଶା, ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗର ୫୦ ଜଣ କାରିଗର ସେମାନଙ୍କର କଳାକୃତି ବିକ୍ରୟ ନିମନ୍ତେ ଆଣିଛନ୍ତି। ଆକର୍ଷଣୀୟ ସାଜସଜ୍ଜା ଉପକରଣ, ବସ୍ତ୍ର, କତା, ଚାନ୍ଦୁଆ, ତାରକସି ଆଦି କାମର ସୁନ୍ଦର ଜିନିଷ ମାନ ଏଠାରେ ପର୍ଯ୍ୟଟକ ମାନେ କିଣି ପାରିବେ। ଏଥି ସହିତ ଦୈନିକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଖାଦ୍ୟ ଷ୍ଟଲ ବ୍ୟବସ୍ତା କରାଯାଇଛି। ଦେଶର କାରିଗର ମାନଙ୍କ ଉନ୍ନତି ଓ ସେମାନଙ୍କ ଉତ୍ପାଦ ସାମଗ୍ରୀ ପର୍ଯ୍ୟଟକଙ୍କ ନିମନ୍ତେ ସୁଲଭ ମୂଲ୍ୟରେ ଉପଲବ୍ଧ କରିବାକୁ ଏପରି ଗାନ୍ଧୀ ଶିଳ୍ପ ବଜାର ଆୟୋଜନ କରାଯାଉଥିବା ନେଇ ଆୟୋଜକ ତରଫରୁ କୁହାଯାଇଛି। ଏହି ମେଳା ଆସନ୍ତା ୨ତାରିଖ ପର୍ଯ୍ୟନ୍ତ ଜାରି ରହିବ ତେଣୁ ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ବସ୍ତୁ କିଣିବାକୁ ସହାୟକ ହେବ।
