ସର୍ଦ୍ଦାର ପଟେଲ ଙ୍କ ସ୍ମୃତିରେ ପଦଯାତ୍ରା ଅନୁଷ୍ଠିତ
ସର୍ଦ୍ଦାର ପଟେଲ ଙ୍କ ସ୍ମୃତିରେ ପଦଯାତ୍ରା ଅନୁଷ୍ଠିତ
ପୁରୀ ୨୫/୩ ଆଜି ପୂର୍ବାହ୍ନରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ଏକ ପଦଯାତ୍ରା ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରୁ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।କ୍ରୀଡା ଓ ଯୁବସେବା ବିଭାଗ ଏବଂ ଜିଲ୍ଲା ପ୍ରଶାସନ କ୍ରୀଡା କାର୍ଯ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପଦଯାତ୍ରା କୁ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ

ସନ୍ତୋଷ କୁମାର ସେଠୀ ପତାକା ଦେଖାଇ ଉଦଘାଟନ କରିଥିଲେ।ନିଜ ବକ୍ତବ୍ୟ ରେ ଶ୍ରୀ ସେଠୀ ଲୌହ ମାନବ ସର୍ଦ୍ଦାର ପଟେଲ ଙ୍କ ଆଦର୍ଶ, ଚରିତ୍ର ଓ ସାହସ ଚିର ବନ୍ଦନୀୟ ବୋଲି କହିଥିଲେ।ଦେଶକୁ ସ୍ବାଧୀନତା କରିବା ସହ ରାଜାରାଜୁଡା ଓ ଜମିଦାର ଙ୍କୁ ବୁଝାଇ ସେହି ରାଜ୍ୟ ଗୁଡିକୁ ଦେଶରେ ସାମିଲ କରି ଏକ ଦୃଢ, ସାର୍ବଭୌମ ରାଷ୍ଟ୍ର ଗଠନରେ ସର୍ଦ୍ଦାର ଙ୍କ ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।ତାଙ୍କ ଆଦର୍ଶ କୁ ଅନୁସରଣ କରି ପାରିଲେ ଆମ ରାଷ୍ଟ୍ର ସମୃଦ୍ଧ ଓ ବିକଶିତ ହୋଇ ପାରିବ ବୋଲି ଶ୍ରୀ ସେଠୀ ଆହ୍ବାନ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଖୋଖୋ ଖେଳର ଜାତୀୟ କୋଚ ସଞ୍ଜୀବ ଶର୍ମା,କୋଚ ପାର୍ଥ ସାରଥୀ ମହାପାତ୍ର ବିଭିନ୍ନ ଶିକ୍ଷାନୁଷ୍ଠାନ ର କ୍ରୀଡା ଶିକ୍ଷକ,ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।
