ମାଲକାନଗିରି ମହିଳା ମହାବିଦ୍ୟାଳୟରେ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ
ମାଲକାନଗିରି ,୨୨/୧୧- ଆଜକୁ ୧୨୩ ବର୍ଷ ତଳେ,ଏହି ଜିଲ୍ଲାର ପବିତ୍ର ମାଟିରେ ଜନ୍ମ ଗ୍ରହଣ କରି , କିଶୋର ବୟସରେ ମହାତ୍ମା ଗାନ୍ଧୀ ଙ୍କ ଆହ୍ୱାନ କ୍ରମେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ସହୀଦ ସାଜିଥିଲେ,ଲକ୍ଷ୍ମଣ ନାୟକ। ଆଜି,ତାଙ୍କ ପୁଣ୍ୟ ଜନ୍ମ ତିଥି ପାଳନ ଅବସରରେ ମାଲକାନଗିରି କନିଷ୍ଠ ମହିଳା ମହାବିଦ୍ୟାଳୟ ରେ ଶତାଧିକ ଛାତ୍ରୀ ଙ୍କ ସହ ଅନୁଷ୍ଠାନ ର ଅଧ୍ୟାପକ /ଅଧ୍ୟାପିକା ଙ୍କ ସମେତ, ଅଧ୍ୟକ୍ଷ ଶୃଯୁକ୍ତ ଦୁଷ୍ମନ୍ତ କୁମାର ଜେନା ଓ ପ୍ରଶାସନ ପକ୍ଷରୁ, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀଯୁକ୍ତ ବିରସେନ ପ୍ରଧାନ, କାର୍ଯ୍ୟବାହି ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ, ଶ୍ରୀମତୀ ଜ୍ୟୋତ୍ସନା ମୟୀ ଆଚାର୍ଯ୍ୟ ଓଗଣ ମାଧ୍ୟମ ପ୍ରତିନିଧି ଭାବରେ, ସର୍ବଶ୍ରୀ ରତ୍ନାକର ଦାସ, ଦୁର୍ଯ୍ୟୋଧନ ପାତ୍ର, ଭାସ୍କର ଚନ୍ଦ୍ର ବେହେରା ଓ ଶିବୁ କୀର୍ତ୍ତନୀୟା ପ୍ରମୁଖ ଯୋଗ ଦେଇ, ମହାବିଦ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ତାଙ୍କର ଅମ୍ଲାନ ଆଦର୍ଶ ଓ ଅମରକୁ ମନେ ପକାଇ ଥିଲେ। ଛାତ୍ରୀମାନେ ସହୀଦଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ରୋଚକ ସ୍ଲୋଗାନ ଦେଇଥିଲାବେଳେ, ପ୍ରଶାସନ ପକ୍ଷରୁ ସେମାନଙ୍କୁ ମିଠାଈ ପ୍ରଦାନ କରାଯାଇଥିଲା। ପ୍ରକାଶ ଯୋଗ୍ୟ, କିଛି ବର୍ଷ ତଳେ ସହୀଦ ଲକ୍ଷ୍ମଣ ନାୟକ ଙ୍କପ୍ରତିମୂର୍ତ୍ତି ସ୍ଥାପନ ହେବାଠାରୁ ଏହି ଦିବସ ଟିକୁ ନିମନ୍ତ୍ରିତ ଅତିଥି ମାନଙ୍କ ସହ ସମ୍ମାନ ସହକାରେ ମହାବିଦ୍ୟାଳୟ ପାଳନ କରି, ପୂଜ୍ୟପୂଜା ଓ ଦେଶପ୍ରେମ ର ଭାବକୁ ନୂତନ ପିଢ଼ି ମଧ୍ୟରେ ଉଦ୍ଜୀବିତ ରଖିବାର ପ୍ରୟାସ ଜାରି ରଖିଛନ୍ତି।
