ଶହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

ରାୟଗଡ଼ା-୨୯/୩-ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରବିବାର ଦିନ ଶହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ସକାଳ ଆଠ ଘଟିକା ସମୟରେ ଶାସ୍ତ୍ରୀନଗରଠାରେ ଥିବା ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ପୂଜାର୍ଚ୍ଚନା କରିଥିଲେ । ଏଥିରେ ଉପଜିଲ୍ଲାପାଳ ରାୟଗଡ଼ା ଶ୍ରୀ ରମେଶ କୁମାର ଜେନା, ଶିକ୍ଷlବିତ୍ତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭଜନ ଲାଲ ମାଝୀ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଛବିଲାଲ ସିଂହ,ସମାଜ ସେବୀ ସୁନୀଲ ଚନ୍ଦ୍ର ପଣ୍ଡା,ସମାଜ ସେବୀ ବ.କାନ୍ତା ରାଓ ଓ ବରିଷ୍ଠ ନାଗରିକ ସଦସ୍ୟ, ପ୍ରେମ ପାହାଡ଼ ୱାକର୍ସ କ୍ଲବର ସଦସ୍ୟ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରମାନେ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ l ଶାସ୍ତ୍ରୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା | ମୁଖ୍ୟ ଅତିଥି ରୂପେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରମେଶ କୁମାର ଜେନା, ମୁଖ୍ୟବକ୍ତାଭାବେ ଡ: ଦୁଷ୍ମନ୍ତ କୁମାର ମହାନ୍ତି, ବରେଣ୍ୟ ଅତିଥି ରୂପେ ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା

ଶିକ୍ଷାଧିକାରୀ ଭଜନ ଲାଲ ମାଝୀ, ଅବସରପ୍ରାପ୍ତ ପ୍ରଧ୍ୟାପକ କାର୍ତ୍ତିକ ଚନ୍ଦ୍ର ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ଉଦୟ ଚନ୍ଦ୍ର ପଣ୍ଡା ଓ ଜଗଦୀଶ ଚନ୍ଦ୍ର ଦୋରା, ସମାଜସେବୀ ବି କାନ୍ତରାଓ ମଞ୍ଚାସୀନ ଥିଲେ। ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନି ବିଷୟରେ ଆଲୋଚନା ସହ ଦେଶର ସ୍ଵାଧୀନତା ପ୍ରାପ୍ତି ନିମନ୍ତେ ତାଙ୍କ ଅବଦାନକୁ ସ୍ମରଣ କରିଥିଲେ |ସାମ୍ୟବାଦୀ ଚିନ୍ତାଧାରା ଓ ଜାତିପ୍ରଥା ବିରୋଧି ସଂସ୍କାରକଙ୍କ ଜୀବନି ଅନ୍ୟାୟ ଓ ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ଶିକ୍ଷା ଦିଏ | ମାଲାକାନଗିରିର ଗାନ୍ଧୀ କୁହାଯାଉଥିବା ଏହି ବ୍ୟକ୍ତିତ୍ୱଙ୍କ ଅଦମ୍ୟ ସାହସିକତା ଲକ୍ଷ୍ୟ ହାସଲ ନିମନ୍ତେ ଲଢିବା ଶିକ୍ଷା ଦିଏ ବୋଲି ଅତିଥିବୃନ୍ଦ ବକ୍ତବ୍ୟ ରଖିଥିଲେ | ଏଥି ନିମନ୍ତେ ବରିଷ୍ଠ ଓ କନିଷ୍ଠ ବର୍ଗରେ ବକ୍ତୃତା ଓ ପ୍ରବନ୍ଧ ଲିଖନ ଆଦି ପ୍ରତିଯୋଗୀତା ମାନ ଆୟୋଜନ କରାଯାଇ କୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ଏଥିରେ ବରିଷ୍ଠ ନାଗରିକ, ୱାର୍କର ସଂଘ, ଶିକ୍ଷକ, ଛାତ୍ର, ଛାତ୍ରୀ, ପୋଲିସ ବିଭାଗ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ କର୍ମକର୍ତ୍ତା ବୃନ୍ଦ ଓ ଜନସାଧାରଣ ଯୋଗ ଦେଇଥିଲେ | ଶିକ୍ଷକ ନୀଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *