ନବରଙ୍ଗପୁର ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ୨୦୨୬ ପାଳିତ

ନବରଙ୍ଗପୁର ତା ୨୯.୦୩.୨୦୨୬: ଆଜି ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସ୍ଥାପିତ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା ସହ ସ୍ମୃତି ସଭା,ପୁରସ୍କାର ବିତରଣ ଉତ୍ସବରେ ସହିଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ସ୍ମୃତିଚାରଣ ପୂର୍ବକ ପାଳିତ ହୋଇଯାଇଛି। ସକାଳ ଘ ୯.୩୦ମି ସମୟରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ କାର୍ଯ୍ୟଳୟ ଦ୍ୱାରା ଆୟୋଜିତ ତିରୋଧାନ ଦିବସ ପାଳନ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଯୋଗ ଦେଇ ଶହୀଦ ଲକ୍ଷ୍ମଣ ନାୟକ ଙ୍କ ସଂଗ୍ରାମ ଜୀବନୀ,ନେତୃତ୍ୱ, ସ୍ବାଧୀନତା ସଂଗ୍ରାମରେ ସକ୍ରିୟ ଭୂମିକାକୁ ସ୍ମରଣ କରି ଆଗାମୀ ପିଢ଼ି ଏହି ମହାନ୍ ଆତ୍ମା ଙ୍କ ଜୀବନ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରିଥିଲେ।ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ତପନ କୁମାର ଖୁଣ୍ଟିଆ, ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ,ବରିଷ୍ଠ ନାଗରିକ ରାଧାନାଥ ବେହେରା,ମନୋରଞ୍ଜନ ତ୍ରିପାଠୀ ଏବଂ ମୁଖ୍ୟ ବକ୍ତା ଡ ବିଜୟ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହିଦ ଲକ୍ଷ୍ମଣ ନାୟକଙ୍କ ଜୀବନୀ,ସ୍ଵାଧୀନତା ସଂଗ୍ରାମରେ ନେତୃତ୍ୱ,ସାହସିକତା,ସାମାଜିକ ନ୍ୟାୟ ,ଜାତିପ୍ରିତି ,ଦେଶପ୍ରେମକୁ ବର୍ଣ୍ଣନା କରିଥିଲେ। ସହିଦ ଲକ୍ଷଣ ନାୟକଙ୍କ ଜୀବନୀ ସଂପର୍କିତ ଉଚ୍ଚ ପ୍ରାଥମିକ ସ୍ତର ଓ ଉଚ୍ଚ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ଗଣ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ।

ତିରୋଧାନ ଦିବସ ପାଳନ କାର୍ଯ୍ୟକ୍ରମରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମ ପରିଚାଲନା କରିଥିଲେ ।ବରିଷ୍ଠ ନାଗରିକ ନାରାୟଣ ପଣ୍ଡା, ହେମଲତା ମାଝୀ,ମନୋରମା ମାଝି,ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ପୌରପାଳିକା ନିର୍ବାହୀ ଅଧିକାରୀ ଅଶୋକ କର୍ଣ୍ଣ, ଅତିରିକ୍ତ ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ,ନବରଙ୍ଗପୁର ମହାବିଦ୍ୟାଳୟ ପ୍ରାଧ୍ୟାପିକା ସଂଗୀତା ତ୍ରିପାଠୀ, ସ୍କୁଲ ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହ ଆଲୋଚନା ରେ ଭାଗ ନେଇଥିଲେ। ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ସହର ର ବୁଦ୍ଧିଜୀବୀ,ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇ ମହାନ୍ ବିପ୍ଳବୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତିରୋଧାନ ଦିବସ ପାଳନ କାର୍ଯ୍ୟକ୍ରମରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ଦିଲ୍ଲୀପ କୁମାର ମଲ୍ଲିକ, ନୀଳକଣ୍ଠ ନାୟକ, ବିଘ୍ନରାଜ ମାଝୀ , ସୁବ୍ରତ ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *