ଶାଗୁଆନ କାଠ ସହ ମାରୁତି ଭେନ୍ ଗlଡି ଜବତ
ଶାଗୁଆନ କାଠ ସହ ମାରୁତି ଭେନ୍ ଗlଡି ଜବତ । ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଅନ୍ତର୍ଗତ ବଡଗଡ ବନ୍ୟାଞ୍ଚଳ ଅଧୀନ ରେ ଥିବା ଲେମ୍ଭାକୁମ୍ପା ଗ୍ରାମରୁ ଶାଗୁଆନ କାଠ ଚୋରା ଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ । ଗଞ୍ଜାମ ଜିଲ୍ଲା ବଡଗଡ ବନବିଭାଗର ଲେମ୍ଭକୁମ୍ପା ଗ୍ରାମ ନିକଟରେ ଥିବା କାଠ ବୋଝେଇ ମାରୁତି ଭେନ ସହ ଶାଗୁଆନ କାଠ ଜବତ ହୋଇଛି । ବିଶେଷସୂତ୍ରରୁ ଖବର ପାଇ ବଡଗଡ ରେଞ୍ଜର ଅଞ୍ଜନ କୁମାର ନାଇକଙ୍କ ସହ ଏକ ଟିମ୍ ଲେମ୍ଭାକୁମ୍ପା ଗ୍ରାମ ରେ ଏକ ମାରୁତି ଭେନ ଗାଡ଼ିରେ ଶାଗୁଆନ କାଠ ବୋଝେଇ ହୋଇ ଥିବା ଖବର ପାଇ ତୁରନ୍ତ ସେହି ଜାଗାକୁ ଯାଇ ଶାଗୁଆନ କାଠ ବୋଝେଇ ମାରୁତି ଭେନ ଗାଡ଼ି ର ସନ୍ଧାନ ପାଇଥିଲେ l ସେହି ମାରୁତି ଭେନ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ 20 ସିଫ୍ଟ୍ ରୁ ଅଧିକ ଖଣ୍ଡ ଶାଗୁଆନ କାଠ ଗଣ୍ଡୀ ସହ ମାରୁତି ଭେନ ଗାଡ଼ି ଜବତ କରିଛି ବଡଗଡ ବନବିଭାଗ ଜବତ ହୋଇଥିବା କାଠର ମୂଲ୍ୟ ଆନୁମାନିକ ପ୍ରାୟ 2 ଲକ୍ଷ୍ୟ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ଦେଇଛନ୍ତି l ବଡଗଡ ବନ୍ୟାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକ lଶ୍ରୀ ନାୟକ ଙ୍କ ଏ ଭଳି ଗୋଟିଏ ପରେ ଗୋଟିଏ କାଠ ବୋଝେଇ ଗାଡ଼ିକୁ ଜବତ କରିବା ପ୍ରୟାସ ଦେଖି ନିଦ ହଜିଲାନି କାଠ ମାଫିଆ ଙ୍କଗଂଜାମ
ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
