ମାରଓ୍ବାଡି ମହିଳା ସମିତି

ମାରଓ୍ବାଡି ମହିଳା ସମିତି, ଭୁବନେଶ୍ଵର ଶାଖା ପକ୍ଷରୁ ଆସନ୍ତା ୨୩ ଓ ୨୪ ଜୁଲାଇରେ
ସାୱନ ମେଳାର ଆୟୋଜନ ହେବାକୁ ଯାଉଅଛି। ଏହି ସମିତି ମହିଳାମାନଙ୍କ ପ୍ରତିଭା ଏବଂ ଊଦ୍ୟୋଗୀ ମନୋଭାବକୁ ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ଯୋଗାଉଥୁବା ସହ ମହିଳା ସଶକ୍ତିକରଣ କୁ ପ୍ରୋତ୍ସାହିତ କରିବା ପାଇଁ ସର୍ବଦା ବଦ୍ଧ ପରିକର। ଏଥିରେ ଭୁବନେଶ୍ଵର, କଟକ, କୋଲକାତା ଖୋର୍ଦ୍ଧା, ଜଟଣୀ ଏବଂ ନିକଟବର୍ତ୍ତୀ ଅଞ୍ଚଳର କ୍ଷୁଦ୍ର ବ୍ୟବସାୟରେ ନିଯୋଜିତ ମହିଳାମାନେ ମାରଓ୍ବାଡି ମହିଳା ସମିତ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀରେ ଷ୍ଟଲ ସ୍ଥାପନ କରି ସକ୍ରିୟ ଭାବେ ଅଂଶ °ଶଗ୍ରହଣ କରନ୍ତି। ଏହି ପ୍ରଦର୍ଶନୀରେ ରାକ୍ଷୀ, କୁର୍ତ୍ତୀ, ଶାଢୀ, ପାଶ୍ଚାତ୍ୟ ପୋଷାକ, ଗୋପାଳ ଜୀଙ୍କ ପୋଷାକ, ଇମିଟେସନ ୱେଲାରୀ, ବ୍ୟାଗ୍, ପର୍ସ, ଚପଲ, ଖେଳନା, ଉପହାର ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ସମେତ ବିଭିନ୍ନ ପ୍ରକାରର ଷ୍ଟଲ୍ ପ୍ରଦର୍ଶିତ ହେବ। ଏଥିରେ ଉଦ୍ୟୋଗୀମାନଙ୍କୁ ନିଜ ନିଜ ଘରେ ତିଆରି ସୁସ୍ୱାଦୁ ଖାଦ୍ୟ ଷ୍ଟଲ୍‌ ମାଧ୍ଯମରେ ପ୍ରଦର୍ଶନ କରିବାର ସୁଯୋଗ ମିଳିଥାଏ। ଏଥି ସହିତ ପାରମ୍ପାରିକ ହସ୍ତଶିଳ୍ପର ସୁନ୍ଦର ପ୍ରଦର୍ଶନ ମାଧ୍ଯମରେ ଓଡିଶାର ସଂସ୍କୃତିର ସମୃଦ୍ଧ ଐତିହ୍ୟକୁ ପାଳନ କରାଯାଇ ଏହି ପଦକ୍ଷେପ ମାଧ୍ଯମରେ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା, ସେମାନଙ୍କ ଆତ୍ମ ବିଶ୍ଵାସକୁ ପ୍ରେରଣା ଯୋଗାଇବା ଏବଂ ଏକ ଦୃଢ ନେଟ୍‌ୱର୍କ ନିର୍ମାଣ କରିବାର ଲକ୍ଷ୍ୟ ଲକ୍ଷ୍ୟ ରହିଛି। ଏହି ପ୍ରତିଭାବାନ ମହିଳାମାନଙ୍କ ସମର୍ଥନ ଏବଂ ଊନ୍ନତି ପାଇଁ ସମସ୍ତେ ଏକାଠି ହେବାପାଇଁ ମହିଳା ସମିତି ପକ୍ଷରୁ ସଭାପତି ଜୁହି ଅଗ୍ରୱାଲ ଆହ୍ବାନ ଆ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ଯରେ ସମ୍ପାଦକ ସିଓ୍ବାଙ୍ଗି ଗୋଏନକା, ଉପଦେଷ୍ଟା ପ୍ରବୀଣା ଭଣ୍ଡାରୀ ଏବଂ ସୁଧା ଖଣ୍ଡେଲୱାଲ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *