ଜୁନିଅର ରେଡକ୍ରସ ର ସାମୁହିକ ଦୀକ୍ଷା ଗ୍ରହଣ ଉତ୍ସଵ
ଧରାକୋଟ,23/4/25ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ସ୍ୱାଇଁଙ୍କ ତତ୍ତ୍ଵାବଧାନରେ ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ରେ ଜୁନିଅର ରେଡକ୍ରସ ଛାତ୍ର ଛାତ୍ରୀ ମାନଙ୍କ ସାମୁହିକ ଦୀକ୍ଷା ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ଲକର 20 ଗୋଟି ଉଚ୍ଚ ବିଦ୍ୟାଳୟ ଓ 13 ଗୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ମୋଟ 466 ଜଣ ଛାତ୍ର ଛାତ୍ରୀ ଙ୍କୁ ଜିଲ୍ଲା ସାଧନ କର୍ମୀ ହରି କୃଷ୍ଣ ପଣ୍ଡା, ହିମାଂଶୁ ପଟନାୟକ,ସୁରେନ୍ଦ୍ର ନାଥ ପଣ୍ଡା, ଭିକାରୀ ଚରଣ ଗୌଡ଼,ଲକ୍ଷ୍ମୀ ନାରାୟଣ ମହାରଣା, ସ୍ନେହଲତା ପଣ୍ଡା ପ୍ରମୁଖ ଦୀକ୍ଷା ପ୍ରଦାନ କରିଥିଲେ। ରେଡକ୍ରସ ର ପ୍ରତିଷ୍ଠାତା ହେନେରି ଡୁନାନ୍ଟଓ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ନିଜକୁ ଏଥିରେ ସାମିଲ କରି ସମାଜର ବିଭିନ୍ନ ସେବା ଓ ସଚେତନତା ମୂଳକ କାର୍ଯ୍ୟକ୍ରମ ଯଥା ବୃକ୍ଷ ରୋପଣ, ସଡକ ସୁରକ୍ଷା,ସ୍ୱଚ୍ଛତା,ଶିକ୍ଷା ସଚେତନତା ସହ ବିଦ୍ୟାଳୟର ବିଭିନ୍ନ ଉତ୍ସବ ପାଳନ ବେଳେ ସ୍ବେଚ୍ଛାସେବୀ ଭାବରେ ନିଜର ସଠିକ ଦାଇତ୍ୱ ତୁଲାଇବା ସହ ଜିଲ୍ଲା ଓ ରାଜ୍ୟ ସ୍ତରୀୟ କେମ୍ପ ରେ ନିଜର ପ୍ରତିଭା ବିକଶିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବି ଇ ଓ ଲିଙ୍ଗରାଜ ସ୍ୱାଇଁ ଙ୍କ ସଭାପତିତ୍ବରେ ଆୟୋଜିତ ବୈଠକ ରେ ମୁଖ୍ୟ ଅତିଥି ଭାବରେ ତହସିଲଦାର ଲମ୍ବୋଦର ମାରାଣ୍ଡି,ମୁଖ୍ୟ ବକ୍ତା ଭାବରେ ସାଧନ କର୍ମୀ ହରେକୃଷ୍ଣ ପଣ୍ଡା, ଏ ବି ଇ ଓ ସୌରୀ ଶଙ୍କର ବେହେରା, ସିମାଞ୍ଚଳ ବେହେରା, ବିଭୂତି ଭୂଷଣ ପାତ୍ର ପ୍ରମୁଖ ଉପସ୍ଥିତ ରହି ସରକାରୀ ନିର୍ଦ୍ଦେଶ ପ୍ରକାରେ ପ୍ରତ୍ୟେକ ବିଦ୍ୟାଳୟ ରେ ଜୁନିଅର ରେଡକ୍ରସ, ସ୍କାଉଟ ଓ ଗାଇଡ ୟୁନିଟ ଖୋଲାଯାଇ ଏହା ମାଧ୍ୟମରେ ବିଭିନ୍ନ ସେବା କାର୍ଯ୍ୟ କରି ସମାଜକୁ ସଚେତନ କରାଇବା ପାଇଁ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ। ରେଡକ୍ରସ ର ଧରାକୋଟ ବ୍ଲକ ସଂଯୋଜକ ରଶ୍ମିତା ରାଉଳ କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ବେଳେ ସାଧନ କର୍ମୀ ସୁରେନ୍ଦ୍ର ନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ସି ଆର ସି ସି ଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ ପ୍ରଦାନ କରିଥିଲେ।
