ଓଡିଆ ପକ୍ଷ ପାଳନ ଅବସର ରେ ଜିଲ୍ଲାପାଳ ଙ୍କ ଅଫିସ୍ ସମ୍ମୁଖରୁ ଗାନ୍ଧୀ ପଡିଆ ପଯ୍ୟନ୍ତ ଗଣଦୈଡ

ଭଦ୍ରକ, ତା ୦୫/୦୪: ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ ରାଉତରାୟ ଯୋଗଦେଇ ସବୁଜ ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଆରମ୍ଭ ହୋଇଥିବା ଏହି ସଚେତନତାମୂଳକ ଐତିହ୍ୟ ଗଣଦୌଡ଼ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ , ଶ୍ରୀ ଦେବବ୍ରତ ମହାପାତ୍ର, ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡା ଅଧିକାରୀ, ଜିଲ୍ଲାର ADEO, BEO, ଜିଲ୍ଲା ଏଥ୍ଲେଟିକ୍ସ ସଂଘର ସଦସ୍ୟମାନେ, ବିଭିନ୍ନ ବିଦ୍ୟାଳୟର PET , ବିଭିନ୍ନ ଶିକ୍ଷାନୁଷ୍ଠାନର

ଛାତ୍ରଛାତ୍ରୀ, ପ୍ରଶାସନିକ ଅଧିକାରୀ, ବରିଷ୍ଠ ନାଗରିକ, ଶିକ୍ଷକ-ଶିକ୍ଷୟତ୍ରୀ ଓ ସାଧାରଣ ଜନସାଧାରଣ ସାମିଲ ହୋଇଥିଲେ। ସେମାନେ ପ୍ଲାକାର୍ଡ ଧରି ସହର ପରିକ୍ରମା କରି ଐତିହାସିକ ଗାନ୍ଧୀ ପଡିଆରେ ପହଞ୍ଚିଥିଲେ।ପରେ ଜିଲ୍ଲାପାଳକଂ ସହିତ ପ୍ରଶାସନିକ ଅଧିକାରୀ ଓ ବରିଷ୍ଠ ନାଗରିକମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଓଡ଼ିଆ ଅସ୍ମିତା, ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବାକୁ ଆହ୍ୱାନ କରିଥିଲେ। ସେହିପରି ଆସନ୍ତା ୧୦ ବର୍ଷ ମଧ୍ୟରେ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାକୁ ପରାମର୍ଶ ଦେଇଥିଲେ। ‎

Leave a Reply

Your email address will not be published. Required fields are marked *