ଲୌହ ପୁରୁଷ ସର୍ଦାର ବଲ୍ଳଭ ଭାଇ ପଟେଲ ଙ୍କ 150 ତମ ପୁଣ୍ଯ ଜନ୍ମ ତିଥି ଅବସରରେ ଗଣ ଦୌଡ଼ ଅନୁଷ୍ଠିତ

Date- 31/10/25-ଜଗତସିଂହପୁର ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୌହ ମାନବ ସର୍ଦାର ବଲ୍ଳଭ ଭାଇ ପଟେଲ ଙ୍କ 150 ତମ ପୁଣ୍ଯ ଜନ୍ମ ତିଥି ଅବସରରେ ଏକ ଗଣ ଅନୁଷ୍ଠିତ ହୋଇ ଯାଇଛି । ଭାରତର ଲୋହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150ତମ ଜନ୍ମଜୟନ୍ତୀ ଓ ଜାତୀୟ ଏକତା ଦିବସ ଅବସରରେ ଆଜି ଜଗତସିଂହପୁରରେ ଏକତା ଦୌଡ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇ ଇଣ୍ଡୋର ଷ୍ଟାଡିୟମ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସ ଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଏସ୍ପି ଅଙ୍କିତ କୁମାର ବର୍ମା ଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ, ପୋଲିସ କର୍ମଚାରୀ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ମାନେ ଏହି ଗଣ ଦୌଡର ଶୁଭାରମ୍ଭ କରାଯାଇଥିଲା। ସେହିପରି ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷାର୍ଥୀ, କ୍ରୀଡ଼ାପ୍ରେମୀ ଓ ସାଧାରଣ ନାଗରିକମାନେ ଉତ୍ସାହର ସହିତ ଏଥିରେ ଯୋଗଦେଇଥିଲେ। “ଏକ ଭାରତ, ଶ୍ରେଷ୍ଠ ଭାରତ” ନାରାରେ ଗଞ୍ଜି ଉଠିଥିଲା ସମଗ୍ର ପରିସର।

Leave a Reply

Your email address will not be published. Required fields are marked *