ବିଶାଳ ରକ୍ତଦାନ ଶିବିର

ଯାଜପୁର ଜିଲ୍ଲା ଯୁବ ସମ୍ବାଦିକ ସଂଘ ଏବଂ ଯାଜପୁର ରୋଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ସେବି ସଂଗଠନ ସହିଦ୍ ଭଗତ ସିଂ ଯୁବକ ସଂଘର ମିଳିତ ସହଯୋଗରେ ଯାଜପୁର ରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଞ୍ଜିନିୟର ଶ୍ରୀ ପ୍ରୀତି ରଞ୍ଜନ ଘଡାଇ, ବ୍ୟାସନଗର ପୌର ପରିଷଦର ଉପନଗରପାଳ ଶ୍ରୀ ସୁବାସ ଚନ୍ଦ୍ର ବଳ, ଏବଂ ଯାଜପୁର ଜ଼ିଲ୍ଲା ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ଶ୍ରୀମତୀ ସବିତା ରାଉତ, ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ଯାଜପୁର ଜ଼ିଲ୍ଲା ଟ୍ୟାକ୍ସ ବାର ସଭାପତି ବିବେକାନନ୍ଦ ମହାନ୍ତି, ଯୁବ ସମାଜସେବୀ ଆଲୋକ ମହାନ୍ତି ଙ୍କ ସମେତ ବ୍ୟାସନଗର ପୌର ପରିଷଦର ସମସ୍ତ କାଉନସିଲର ଓ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇ ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ଅତିଥି ମାନଙ୍କ ସହ ଯାଜପୁର ଜିଲ୍ଲାର ସମସ୍ତ ସାମ୍ବାଦିକ ବନ୍ଧୁମାନେ ଯୋଗଦେଇ ସ୍ୱଚ୍ଛତା କାର୍ଯ୍ୟକ୍ରମ ପରେ ମେଡିକାଲରେ ରୋଗୀମାନଙ୍କୁ ଫଳବଣ୍ଟନ କରିଥିଲେ l ପରେ ପରେ ରକ୍ତଦାନ ଶିବିର ଆରମ୍ବ ହୋଇଥିଲା l ଯୁବ କାଉନସିଲର ମଣିନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ହେଲଥ ୱାରିଅସ ସଂଗଠନରୁ ୭ ଜଣ ମେମ୍ବର ରକ୍ତଦାନ କରିଥିଲେ ।

ରିପୋର୍ଟ- ଜ୍ୟୋତି ପ୍ରକାଶ ଭୂୟାଁ, ଯାଜପୁର।

Leave a Reply

Your email address will not be published. Required fields are marked *