କଳାହାଣ୍ଡି ଜିଲ୍ଲା ରେ ମାଳମାଳ ନକଲି ଅଙ୍ଗନୱାଡ଼ି ସୁପରଭାଇଜର୍ ଚାକିରୀରେ ମହା ଦୁର୍ନୀତି

– କଳାହାଣ୍ଡି ଜିଲ୍ଲା ଡି.ଏସ୍.ଡବ୍ଲୁ ଅଫିସ ରେ ରାଜ୍ୟ ସରକାରଙ୍କର ଚିଠି ନମ୍ବର / ୨୯୩୪ – ତାରିଖ – ୨୧ – ୧୨ -୨୦୧୬ ମସିହାରେ ୨୮ ଜଣ ଅଙ୍ଗନୱାଡ଼ି କର୍ମୀ ଙ୍କୁ ସୁପରଭାଇଜର ପଦୋନ୍ନତି ଦିଆଯାଇଛି । ସେଥି ମଧ୍ୟରୁ ୧୪ ରୁ ୧୫ ଜଣ ନକଲୀ ମ୍ୟାଟ୍ରୀକ୍ ସାର୍ଟିପିକେଟ ରେ ଚାକିରି କରୁଛନ୍ତି ବୋଲି ଆର୍ .ଟି.ଆଇ ତଥ୍ୟରୁ ଜଣାପଡିଛି । ଏହି ୨୮ ଜଣ ଅଙ୍ଗନୱାଡ଼ି କର୍ମୀ ସୁପରଭାଇଜର ପଦୋନ୍ନତି ପାଇଛନ୍ତି । କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଅନୁରୋଧ କରାଯାଉ ଅଛି କି ଯେ , ୨୦୧୬ ମସିହାର ଗ୍ରେଡେସନ ତାଳୀକାର ଯେଉଁ ୨୮ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ସୁପରଭାଇଜର ପଦୋନ୍ନତି ଦିଆଯାଇଛି । ସେମାନଙ୍କର ମ୍ୟାଟ୍ରିକ ସାର୍ଟିପିକେଟ , ମ୍ୟାଟ୍ରିକ ମାର୍କ ଲିଷ୍ଟ ଏସ୍.ଏଲ୍.ସି ସାର୍ଟିପିକେଟ୍, ଅଙ୍ଗନୱାଡ଼ି ସମୟର ପ୍ରଥମ ଯୋଗଦାନ ପତ୍ର ଓ ଅଙ୍ଗନୱାଡି ସମୟର ପ୍ରଥମ ନିଯୁକ୍ତି ପତ୍ର ଓ ୨୮ ଜଣଙ୍କର ଜାତିଗତ ପ୍ରମାଣପତ୍ର ୨୦୧୬ ମସିହାର ଦେଇଥିବା ସମସ୍ତ ପ୍ରମାଣ ପତ୍ର ତଦନ୍ତ ନିମନ୍ତେ ସାଧାରଣ ରେ ଦାବି ହେଉଛି କି, ଜିଲ୍ଲାପାଳ ଙ୍କ ଚିଠି ନଂ- ୨୦୬୮ , ତାରିଖ – ୧୫ – ୧୧- ୨୦୨୧ ମସିହାରେ ଯେଉଁ ୩୬ଜଣ ଅଙ୍ଗନୱାଡ଼ି କର୍ମୀ ଙ୍କୁ ସୁପରଭାଇଜର ପଦୋନ୍ନତି ଦେବାପାଇଁ ଯେଉଁ ମ୍ୟାଟ୍ରିକ୍ ବୋର୍ଡ ସାର୍ଟିପିକେଟ୍ ଭେରିଫେକ୍ସନ କରିବା ପାଇଁ କଳାହାଣ୍ଡି ଡି.ଏସ୍‌.ଡବ୍ଲୁ ଅଫିସ କୁ ୩୬ଜଣ ଙ୍କୁ ଡାକି ଥିଲେ। ଜିଲ୍ଲାପାଳ ମହୋଦୟା ଙ୍କ ଉପସ୍ଥିତି ରେ , ସେହି ୩୬ଜଣ ଙ୍କୁ ମଧ୍ୟ ଡକୁମେଣ୍ଟ ତଦନ୍ତ କରାଯାଉ। ଏବଂ ୨୦୨୧ ମସିହାର ଗ୍ରେଡେସନ୍ ତାଲୀକା ମଧ୍ୟ ତଦନ୍ତ କରାଗଲେ, ଏହାର ଅସଳ ରହଶ୍ଯ ଜଣାପଡିବ ବୋଲି ବୁଦ୍ଧିଯିବି ମହଲ ରେ ଚ଼ର୍ଚା ହେଉଛି ।ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ କାର୍ଯ୍ୟରତ ସୁପରଭାଇଜର ସେ କେତେଥର ଜନ୍ମ ଗ୍ରହଣ କରିଛିନ୍ତି ।

ସେହି କର୍ମ ଚାରି ଜଣକର ଜନ୍ମତାରିଖ କେମିତି ଅଛି ଅଫିସ ମାନଙ୍କରେ ଭିନ୍ନ ଭିନ୍ନ ରହିଆସୁଛି ।ଯେପରିକି କେସିଙ୍ଗା ଆଇ.ସି.ଡି.ଏସ ଅଫିସ ରେ ଗ୍ରେଡେସନ ତାଲିକାରେ ଆନନ୍ଦିନୀ ପ୍ରଧାନ ନାମକ ଜଣେ ସୁପର ଭାଇଜର ଙ୍କ ଜନ୍ମ ତାରିଖ ୨୧/୫/୧୯୭୫ ରହିଥିବା ବେଳେ ତାଙ୍କର ମେଟ୍ରିକ୍ ବୋର୍ଡ ସାର୍ଟିଫିକେଟ୍ ରେ ୨୧/୫/୧୯୭୨ ରହିଛି ।ଏବଂ ଆର୍ ଟି ଆଇ ତଥ୍ୟ ଅନୁଯାଇ ହାଇସ୍କୁଲ ରେକର୍ଡ ରେ ତାଙ୍କର ଜନ୍ମତାରିଖ ୨୧/୫/୧୯୭୩ ରହିଛି ତତ୍ ସାଙ୍ଗକୁ ଡି.ଏସ.ଡବ୍ଲୁ ଅଫିସ ରେ ଗ୍ରେଡେସନ ତାଲିକାରେ ୨୧/୫/୧୯୭୨ ରହିଛି । ହେଲେ ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଏଠାରେ ନିଶ୍ଚିତ ଭାବେ କିଛି ଜାଲିଆତି ହୋଇଛି। ତେଣୁ ବିଭାଗରେ ଏପରି ଅନେକ ଜାଲିଆତି ର କଲାକାର୍ନାମା ଭରି ରହିଅଛି। ଯାହାଫଳରେ ଯୋଗ୍ୟ କର୍ମ ଚାରି ମାନେ ବାଦ ପଡୁଛନ୍ତି । ତେଣୁ କଳାହାଣ୍ଡି ଭିଜିଲାନ୍ସ ଦ୍ୱାରା ଏହାର ତଦନ୍ତ କରାଗଲେ , ଅସଳ ରହସ୍ୟ ଲୋକଲୋଚନା କୁ ଆସିବ ବୋଲି ସାଧାରଣ ରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *