ବିଶାଳ କୃଷକ ଶୋଭାଯାତ୍ରା ଓ ଗଣଧାରଣା

ଚାଷ ହେଉଛି କୃଷକ ଙ୍କ ଭାତ ହାଣ୍ଡି, ଚାଷ ଛାଡିଦେଲେ କୃଷକଙ୍କର ବଞ୍ଚିବାର ବିକଳ୍ପ ପନ୍ଥା କିଛି ନାହିଁ । ପୁରୀ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା । କୃଷିକୁ ନୀଳାଚଳ କୃଷକ ମହାସଂଘ ତରଫରୁ ଆଜି ଏକ ଶୋଭା ଯାତ୍ରା ବାହାର କରାଯାଉଛି, କାରଣ, ସନ ୧୯୮୫ ମସିହାରୁ । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କୃଷି କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଚାଷ ଓ ଚାଷୀ ମାନଙ୍କର କୌଣସି ଉନ୍ନତି ମୂଳକ କାର୍ଯ୍ୟ କରିନଥିବା ବେଳେ ,ହେଳା ପ୍ରଦର୍ଶନ କରିବା ସହିତ,ତ୍ରୁଟିପୂର୍ଣ୍ଣ କୃଷି ନୀତି ଜାରି ରଖୁବା ଦ୍ବାରା ଜିଲ୍ଲାରେ ସେମାନଙ୍କର ଆର୍ଥିକ ସ୍ଥିତି ଦିନକୁ ଦିନ ଦୁର୍ବଳରୁ ଦୁର୍ବଳତ୍ତର ହେଉଅଛି । ବିଭାଗୀୟ ଯେଉଁମାନେ ଶତକଡା ୮୦ ଭାଗ ଚାଷ ନିଷ୍କ୍ରିୟତା ଯୋଗୁଁ ପୁରୀ ଜିଲ୍ଲାର ଜଳନିଷ୍କାସନ ଓ ଜଳସେଚନର ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଧ୍ବଂସ ହେବାକୁ ବସିଲାଣି I ଚାଷୀମାନଙ୍କର ମେରୁଦଣ୍ଡ ଭାଙ୍ଗି ପଡିଛି ଏବଂ ଚାଷ ପ୍ରତି ଚାଷୀ ବିତସ୍ପୃହ ହେଉଛନ୍ତି ।,ଏହାର ସମାଧାନ କରିବା ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଜିଲ୍ଲା ପ୍ରଶାସନ ଉଦାସୀନ ରହୁଛନ୍ତି । ଏଣୁ ଆପଣଙ୍କ ଦୃଷ୍ଟି ଅତ୍ୟନ୍ତ ଜରୁରୀ । ୨୦ଦଫା ଦାବି ସହ ଆଜି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଚରମ ଉଦାସୀନତା ବିରୁଦ୍ଧରେ ପୁରୀ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଚାଷୀ ଭାଇ ଓ ଭଉଣୀ ମାନେ ଆଜି ସୁବାଷ ବୋଷ ଛକ ଠାରୁ ଏକ ଶୋଭାଯାତ୍ରାରେ ଆସି ପୁରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ଗଣଧାରଣାରେ ବସି ଥିବା ଦେଖିବାକୁ ମିଳିଥିଲା I

Leave a Reply

Your email address will not be published. Required fields are marked *