ଦଶମ ଶ୍ରେଣୀର ଛାତ୍ର ମାଷ୍ଟର ରାକେଶ ନାୟକ ଟାଟା ଷ୍ଟିଲ, ଭୁବନେଶ୍ୱର ଆୟୋଜିତ YATS–2025 ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ୍ ପାଇଁ ଚୟନିତ
ରାଇକିଆ ତା16/12/25 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବିଜୟ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ମାଷ୍ଟର ରାକେଶ ନାୟକ ଟାଟା ଷ୍ଟିଲ, ଭୁବନେଶ୍ୱର ଆୟୋଜିତ YATS–2025 (ଯୁବ ଖଗୋଳ ବିଜ୍ଞାନ ପ୍ରତିଭା ଖୋଜ,୨୦୨୫))ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ୍ ପାଇଁ ଚୟନିତ ହୋଇ ରାଇକିଆ ସହ ନିଜ ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି।ମାଷ୍ଟର ରାକେଶ ନାୟକଙ୍କୁ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ମୋସେସ୍ ନାୟକ ଏବଂପ୍ରଧାନ ଶିକ୍ଷକ ଶ୍ରୀ ଯୋଗେନ୍ଦ୍ର ନୀଳମଣି ମଣ୍ଡଳ ଙ୍କ ଦ୍ୱାରା ସୁଚିନ୍ତିତ ମାର୍ଗଦର୍ଶନ ଓ ନିରନ୍ତର ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା, ଯାହାର ଫଳରେ ସେ ଏହି ସଫଳତା ଅର୍ଜନ କରିଛନ୍ତି।ରାଜ୍ୟର ୩୦ଟି ଜିଲ୍ଲାରୁ ଚୟନିତ ଶ୍ରେଷ୍ଠ ଛାତ୍ରଛାତ୍ରୀମାନେ ଏହି ଗ୍ରାଣ୍ଡ ଫାଇନାଲ୍ରେ ଅଂଶଗ୍ରହଣ କରିଥିଲେ। ଏହି ଅନୁଷ୍ଠାନ ୧୩ ଡିସେମ୍ବର ୨୦୨୫ ତାରିଖରେ ପାଠାଣୀ ସାମନ୍ତ ପ୍ଲାନେଟାରିୟମ୍, ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିଲା।ଏହି ପ୍ରତିଯୋଗିତାର ବିଜେତାମାନଙ୍କୁ ଇସ୍ରୋ (ଭାରତୀୟ ଅନ୍ତରିକ୍ଷ ଗବେଷଣା ସଂଗଠନ) ର ପରିଦର୍ଶନ ଓ ବିଜ୍ଞାନୀମାନଙ୍କ ସହ ସିଧାସଳଖ ଆଲୋଚନା କରିବାର ଗୌରବଜନକ ସୁଯୋଗ ମିଳିବ।ମାଷ୍ଟର ରାକେଶ ନାୟକଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା ସମିତି, ଶିକ୍ଷକ ଶିକ୍ଷୟତ୍ରୀଏଵଂ ସ୍ଥାନୀୟ ଅଂଚଳ ବାସୀ ମଧ୍ୟରେ ଆନନ୍ଦ ଓ ଗର୍ବର ପରିବେଶ ସୃଷ୍ଟି ହୋଇଛି।
