ସରସ୍ବତୀ ଶିଶୁବିଦ୍ୟାମନ୍ଦିର ପୁରୁଣା ବଜାର, ଭଦ୍ରକ ରେ ମାତୃକର୍ମଶାଳା
ଭଦ୍ରକ(୧୬/୭/୨୦୨୩) ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନା ଅନୁଯାୟୀ ୨୦୨୩-୨୪ଶିକ୍ଷାବର୍ଷ ର ଶିଶୁବାଟିକା ବିଭାଗ ର ମାତୃକର୍ମଶାଳା ସରସ୍ବତୀ ଶିଶୁବିଦ୍ୟାମନ୍ଦିର ପୁରୁଣା ବଜାର, ଭଦ୍ରକ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ସରୋଜିନୀ ନାୟକ,ମୁଖ୍ୟବକ୍ତା ପୂର୍ବତ୍ତୋର ସମ୍ଭାଗ ର ଶିଶୁବାଟିକା ଶୈକ୍ଷିକ ସଂଯୋଜକ ଶ୍ରୀ ନାରାୟଣ ପାଣିଗ୍ରାହୀ, ବିଦ୍ୟାଳୟର ସଭାପତି ଶ୍ରୀ ବିଜୟ କୁମାର ବହଳୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।ମୁଖ୍ୟ ଅତିଥି ଶିଶୁ ର ଉନ୍ନତି ରେ ମାଆ ମାନଙ୍କ ଭୂମିକା ବିଷୟରେ ଆଲୋଚନା କରିବା ସହିତ ମୁଖ୍ୟବକ୍ତା ଶିଶୁ ର ପଞ୍ଚକୋଷାତ୍ମକ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମ ରେ ଶିଶୁବାଟିକା ବିଭାଗ ରୁ ୫୦ଜଣ ମାଆ ଉପସ୍ଥିତ ରହିଥିଲେ।ବିଦ୍ୟାଳୟ ର ଆଚାର୍ଯ୍ୟ ଦିଲ୍ଲୀପ ସେଠୀ ଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।ବିଦ୍ୟାଳୟ ଶିଶୁବାଟିକା ପ୍ରମୁଖ ଶ୍ରୀମତୀ ପ୍ରତିଭା ସାହୁ ଶିଶୁବାଟିକା ର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ମାଆ ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରୀ ପ୍ରଦୀପ କୁମାର ନାୟକ ଅତିଥି ଅଧିକାରୀ ମାନଙ୍କ ପରିଚୟ ପ୍ରଦାନ ପୂର୍ବକ ପ୍ରଧାନଆଚାର୍ଯ୍ୟ ମଦନ ମୋହନ ମହାନ୍ତ ସମସ୍ତ ଙ୍କ ଉଦ୍ଦେଶ୍ୟ ରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ସଭାପତି ଶ୍ରୀ ବିଜୟ କୁମାର ବହଳୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ସମସ୍ତ ମାଆ, ଆଚାର୍ଯ୍ୟ/ଆଚାର୍ଯ୍ୟା, ଶିଶୁ ଭାଇଭଉଣୀ ମାନଙ୍କୁ ଆର୍ଶୀବଚନ ପ୍ରଦାନ କରିଥିଲେ।ବିଦ୍ୟାଳୟ ର ବରିଷ୍ଠ ସେବାବ୍ରତୀ ଶ୍ରୀ ଅଚ୍ୟୁତାନନ୍ଦ ପଣ୍ଡା ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମ ସମାପନ ହୋଇ ଥିଲା।ବିଦ୍ୟାଳୟ ର ସମସ୍ତ ସେବାବ୍ରତୀ ଆଚାର୍ଯ୍ୟ/ଆଚାର୍ଯ୍ୟା, ସେବକ/ ସେବିକା ସହଯୋଗ କରିଥିଲେ।
