ଏମବିସିସି ଚାମ୍ପିଅନ୍ ଟ୍ରଫି ୨୦୨୫-୨୬

ଏମବିସିସି ଚାମ୍ପିଅନ୍ ଟ୍ରଫି ୨୦୨୫-୨୬ଦଶପଲ୍ଲା: ଆଜିଠାରୁ ଆରମ୍ଭ ହେଲା ଏମବିସିସି ଚାମ୍ପିଅନ୍ ଟ୍ରଫି ୨୦୨୫-୨୬।ଏହା ୩୦ ତାରିଖ ଦିନ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଆଜିଥିଲା ଏହାର ଉଦ୍ଘାଟନୀ ଉତ୍ସବ। ଏହି ଉଦ୍ଘାଟନୀ ଉତ୍ସବରେ ଟାକରା ହାଇସ୍କୁଲର ଆଲୁମୀନା କମିଟି ସଭାପତି ତଥା ସମାଜସେବୀ ପ୍ରଦୀପ କୁମାର ସାହୁ ଯୋଗଦେଇଥିବା ବେଳେ ଯୁବ ସାମ୍ବାଦିକ ପ୍ରିୟବ୍ରତ ଆଚାର୍ଯ୍ଯ ପ୍ରମୁଖ ଉପସ୍ଥିତ ରହି ଆଜିର ପ୍ରଥମ ଦିନର କ୍ରୀଡା କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଏହି କ୍ରୀଡା ପ୍ରତିଯୋଗୀତାକୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ପଂଚାୟତରେ ଥିବା ଏମବିସିସି କ୍ରିକେଟ କ୍ଲବର ସଭ୍ଯ ଶିବାନନ୍ଦ ସାହୁ ଓ ସଞ୍ଜିତ୍ ନାୟକ ପ୍ରମୂଖ ପରିଚାଳନା କରିଥିବା ଜଣାପଡ଼ିଛି। ପ୍ରଥମ ଦିବସରେ ମୁଣ୍ଡୁଳି ସହିତ କରଡ଼ାବଣି ମଧ୍ୟରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ପ୍ରଥମେ ମୁଣ୍ଡୁଳି ଟଚଜିତି ବୋଲିଂ କରିଥିଲା। କରଡ଼ାବଣି ସମୁଦାୟ ୧୨ ଓଭରରେ ୧୩୬ ରନ ହାସଲ କରିଥିବାବେଳେ ବିପକ୍ଷ ଦଳ ମୁଣ୍ଡୁଳି ସମୁଦାୟ ୮ ଓଭର ଖେଳି ୭୫ ରନ ହାସଲ କରି କରଡ଼ାବଣି ଠାରୁ ପରାସ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *