ଗାଙ୍ଗପୁର ଠାରେ MBS ମସଲା ଫେକ୍ଟ୍ରି ଉଦ୍ଘାଟନ କଲେ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋରଡ଼ା (ନାରାୟଣ ଡାକୁଆ) ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଙ୍ଗପୁର ଠାରେ ଏମ. ବି.ସ ମସଲା ଫେଟ୍ରି ଉଦ୍ଘାଟନ ସମାରୋହ ଓ ମହିଳା ମହା ସମାବେଶ ରେ ଯୋଗଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଗଞ୍ଜାମ ଗସ୍ତ ରେ ଆସି ଆଜି ମଧ୍ୟାହ୍ନ ରେ ସୋରଡ଼ା ବିଧାନସଭା ବେଲଗୁଣ୍ଠା ବ୍ଳକ ର ଗାଙ୍ଗପୁର ଠାରେ MBS ଗ୍ରୁପ ଅତ୍ୟାଧୁନିକ ମସଲା ଶିଳ୍ପ ଉଦ୍ଘାଟନ କରିଥିଲେ |

ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ରେ ଓଡିଶା ରାଜ୍ୟ ସରକାର ଙ୍କ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଳିକ ବିଧାୟକ ନୀଳମଣି ବିଷୋୟୀ, ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, କୃଷ୍ଣ ନାୟକ, ପ୍ରତାପ ନାୟକ, ସରୋଜ ପାଢ଼ୀ ବୁଲୁପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ |ଅପରାହ୍ନ ରେ ଗାଙ୍ଗପୁର ଠାରେ ଆୟୋଜିତ ମହିଳା ସମାବେଶ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ, ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଉଦେଶ୍ୟ ବିଜେପି ସରକାର କରିଥିବା ବିଭିନ୍ନ ଯୋଜନା ସମ୍ପର୍କ ରେ ତଥା ଉଦଘାଟିତ ମସଲା ଶିଳ୍ପ ସ୍ଥାନୀୟ ଯୁବକ ମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ବୋଲି କହିଥିଲେ | ଘୁମୁସର ଜିଲ୍ଲା ଉପ ସଭାପତି ରଞ୍ଜନ ରାଉତ ଅତିଥି ମାନଙ୍କୁ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ କାର୍ଯ୍ୟକ୍ରମ କୁ ପରିଚାଳିତ କରିଥିଲେ |

Leave a Reply

Your email address will not be published. Required fields are marked *