ମେଡିକାଲ କଲେଜକୁ ନିଜ ମା’ ଙ୍କ ମରଶରୀର ଦାନକଲେ ଶିକ୍ଷାବିତ୍
ମେଡିକାଲ କଲେଜକୁ ନିଜ ମା’ ଙ୍କ ମରଶରୀର ଦାନକଲେ ଶିକ୍ଷାବିତ୍
ପୁରୀ (ତା ୮୮୪)- ଏକ ସାର୍ବଜନୀନ ମହତ ଉଦ୍ଦେଶ୍ୟରେ ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ପାଇଁ ନିଜ ମାତାଙ୍କ ମୁତଶରୀର ଦାନ କରିଛନ୍ତି ପୁରୀ ସହରର ଜଣେ ଶିକ୍ଷାବିତ୍ । ପୁରୀ ଉପର ନୂଆସାହି ନିବାସୀ ସ୍ୱର୍ଗତ ବୈଦ୍ୟନାଥ ମହାନ୍ତିଙ୍କ ଧର୍ମପତ୍ନୀ ରାଧାମଣି ମହାନ୍ତି ଏପ୍ରିଲ ୬ ତାରିଖ ସନ୍ଧ୍ୟାରେ ଦେହତ୍ୟାଗ କରିବା ପରେ ତାଙ୍କ ପରିବାର ପକ୍ଷରୁ ମୃତଶରୀରକୁ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଶରୀର ସର ନା (ଆନାଟୋମି) ବିଭାଗରେ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ନିମନ୍ତେ ଦାନକରାଯାଇଛି । ନିଜ ମୃତଶରୀର ଦାନ ପାଇଁ ରାଧାମଣି ଙ୍କ ସମେତ ତାଙ୍କର ୪ ପୁତ୍ର ଆଗ୍ରହ ପ୍ରକାଶ କରିବା ସହ ଗତ ଅକ୍ଟୋବର ମାସରେ କଲେଜ କର୍ତ୍ତୃପକ୍ଷଙ୍କୁ ଏକ ଇଚ୍ଛାପତ୍ର ପ୍ରଦାନ କରିଥିଲେ । ଗତ ସୋମବାର ସନ୍ଧ୍ୟାରେ ଦେହତ୍ୟାଗ ପରେ ତାଙ୍କର ପୁତ୍ର ଖଲ୍ଲିକୋଟ ଏକକ ବିଶ୍ଵବୀଦ୍ୟାଳୟର ପ୍ରାନ୍ତନ କୁଳପତି ତଥା ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ନାତକୋତର ପ୍ରାଣୀବିଜ୍ଞାନ ପ୍ରାକ୍ତନ ବିଭାଗମୂଖ୍ୟ ପ୍ରଫୁଲ୍ଲ କୁମାର ମହାନ୍ତି, ଶରତ କୁମାର ମହାନ୍ତି, ବସନ୍ତ କୁମାର ମହାନ୍ତି, ରମେଶ କୁମାର ମହାନ୍ତି, କନ୍ୟା ଅନୁପମା ଦାସ ଓ ଅନ୍ୟ ପରିବାର ସଦସ୍ୟମାନେ ରାଧାମଣିଙ୍କ ମରଶରୀରକୁ ଜିଲ୍ଲା ମୂଖ୍ୟଚିକିତ୍ସାଳୟକୁ ଆଣି ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଆନାଟୋମ ବିଭାଗ ମୁଖ୍ୟ ତଥା ଉପାଧକ୍ଷ ପ୍ରଫେସର ଡା. ଲଲାଟେନ୍ଦୁ ସ୍ୱାଇଁଙ୍କୁ ହସ୍ତାନ୍ତର କରିଥିଲେ । ଏହି ସମୟରେ କଲେଜର ନୀତିତାତ୍ତ୍ୱିକ ଭେଷଜ ଓ ବିଷବିଜ୍ଞାନ (ଏଫ୍ ଏମ୍ ଟି) ବିଭାଗ ମୁଖ୍ୟ ପ୍ରଫେସର ତା. ଅମରେନ୍ଦ୍ର ନାୟକ, ବରିଷ୍ଠ ଡାକ୍ତର ଶ୍ରୀକାନ୍ତ ପଣ୍ଡାଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ପରେ ଏହି ମରଶରୀରକୁ ବିଭିନ୍ନ ରସାୟନ ପ୍ରୟୋଗ କରି ସଂରକ୍ଷିତ କରାଯାଇଥିବା ବେଳେ ଆଗାମୀ ଦିନରେ ଏହା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟବହୃତ ହେବ । ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପାଇଁ ଏହା ପ୍ରଥମ ମୃତଶରୀର ଦାନ ଘଟଣା ବୋଲି ଡିନ୍ ପ୍ରଫେସର୍ ତା. ସବିତା ମହାପାତ୍ର ଓ ଆନାଟୋମି ବିଭାଗ ମୁଖ୍ୟ ପ୍ରଫେସର ତା. ଲଲାଟେନ୍ଦୁ ସ୍ୱାଇଁ କହିଛନ୍ତି । ସାମାଜିକ ସଂସ୍କାର ଓ ପରିବର୍ତନକୁ ଦୃଷ୍ଟିରେ ରଖି ଶିକ୍ଷାର ବିକାଶ କବେ ନିଜ ମା’ ଙ୍କ ମରଶରୀର ଦାନ କରିଥିବା ପରିବାର ସଦସ୍ୟମାନେ ପ୍ରକାଶ କରିଥିବା ବେଳେ ଏଭଳି ସାଧୁ ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
