ଧାନକିଣା ରେ ଅଗ୍ରଗତି ନେଇ ସମୀକ୍ଷା ବୈଠକ


ଧରାକୋଟ,31/1/25
ଧରାକୋଟ ତହସିଲ ରେ ଖରିଫ ଋତୁର ଧାନ କିଣାରେ ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଯାଇଛି । ଏଥିରେ ଯୋଗାଣ ନୀରିକ୍ଷକ ସଞ୍ଜୟ ମଲିକ,କନିଷ୍ଠ ରାଜସ୍ବ ସହାୟକ ଅମିତ ମହାନ୍ତି,ମଣ୍ଡି ଦାୟିତ୍ୱରେ ଥିବା ସମବାୟ ସମିତି ସମ୍ପାଦକ, ମିଲର ଓ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମଣ୍ଡିରେ ଧାନ କିଣା ସ୍ଥିତି,କଟନି ଛଟିନି ବନ୍ଦ କରିବା,ଚାଷୀଙ୍କ ସହ ମିଲର ଓ ସମବାୟ ସମିତି ସମ୍ପାଦକ ମାନେ ସମନ୍ଵୟ ରକ୍ଷା କରିବା, ଟୋକେନ ଅବଧି ଶେଷ ପୂର୍ବରୁ ଚାଷୀ ମାନେ ଯେପରି ସୁରୁଖୁରୁ ରେ ମଣ୍ଡିକୁ ଧାନ ଆଣିବେ ସେ ବିଷୟରେ ଅଧିକ ସଚେତନ କରାଇବା, ମିଲର ମାନଙ୍କୁ ସରକାରଙ୍କ ପକ୍ଷରୁ ଯଥା ଶୀଘ୍ର ଟାର୍ଗେଟ ପ୍ରଦାନ କରିବା ନେଇ ଆଲୋଚନା ହୋଇଥିଲା । ଶେଷରେ ସମସ୍ତ ଚାଷୀ ଯେପରି ଅସୁବିଧାର ସମ୍ମୁଖିନ ନହୋଇ ନିଜ ନିଜର ଧାନ ମଣ୍ଡିକୁ ଆଣିବେ ସେ ନେଇ ଚାଷୀଙ୍କ ସହ ସମନ୍ୱୟ ରକ୍ଷା କରିବା ପାଇଁ ତହସିଲଦାର ଲମ୍ବୋଦର ମାରାଣ୍ଡି ସମ୍ପାଦକ ଓ ମିଲର ମାନଙ୍କୁ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *