ଏକ ସମୀକ୍ଷା ବୈଠକ ଅନୁଷ୍ଠିତ

ତା ୧୦/୧୧/୨୦୨୪ରିଖ ଦିନ ସମ୍ବଲପୁର ଜିଲ୍ଲା ରେ ରାଜସ୍ୱ ବିଭାଗୀୟ ଆୟୁକ୍ତ ଙ୍କ କାର୍ଯ୍ୟାଳୟ ଠାରେ ଓଡିଶାର ମାନ୍ୟବର ମନ୍ତ୍ରୀ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ଶ୍ରୀ ସୁରେଶ ପୂଜାରୀ ଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର, ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲା ଗୁଡିକରେ ଶିଳ୍ପଗୁଡିକ ଦ୍ୱାରା ନିଷ୍କାସିତ ପାଉଁଶ(ଫ୍ଲାଏ-ଆଶ) ପକାଇବା ର ଉପଯୁକ୍ତ ପରିଚାଳନା ନିମନ୍ତେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ସମ୍ବଲପୁରରେ ପ୍ରାୟ ୯୪% ତାପଜ ବିଦ୍ୟୁତ ଉତ୍ପାଦନ କରି ରାଜ୍ୟ କୁ ଯୋଗାଇଥାନ୍ତି । କିନ୍ତୁ ବିଦ୍ୟୁତ ଉତ୍ପାଦନ ସହିତ ଅନ୍ୟ ସମସ୍ୟା ମଧ୍ୟ ଉପୁଜିଥାଏ ଯାହା ହେଉଛି ନିଷ୍କାସିତ ପାଉଁଶ (ଫ୍ଲାଇ ଆଶ୍) । ଏହାର ଉପଯୁକ୍ତ ପରିଚାଳନା ଏବଂ ଜନସାଧାରଣ ଙ୍କୁ ସୁରକ୍ଷିତ ପରିବେଶ ଯୋଗାଇଦେବା ଏବଂ ସମାଧାନ ପ୍ରସ୍ତାବ ଉଦ୍ଦେଶ୍ୟରେ ଅନୁଷ୍ଠିତ ବୈଠକ ରେ ମାନ୍ୟବର ମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ , ଓଡିଶା ସରକାର ଶ୍ରୀ ରବିନରାୟଣ ନାୟକ, ମାନ୍ୟବର କେନ୍ଦ୍ରମନ୍ତ୍ରୀ, ଶିକ୍ଷା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରତିନିଧି, ସୁନ୍ଦରଗଡ ର ମାନ୍ୟବର ସାଂସଦ ଜୁଏଲ ଓରାମ ଙ୍କ ପ୍ରତିନିଧି, ସମ୍ବଲପୁର ର ମାନ୍ୟବର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର, ରେଢାଖୋଲ ର ମାନ୍ୟବର ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ୟ, ରେଙ୍ଗାଲି ର ମାନ୍ୟବର ବିଧାୟକ ଶ୍ରୀ ସୁଦର୍ଶନ ହରିପାଲ, ତାଳଚେର ର ମାନ୍ୟବର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ଝାରସୁଗୁଡା ର ମାନ୍ୟବର ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ, ତଳସରା ର ମାନ୍ୟବର ବିଧାୟକ ଶ୍ରୀ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ ର ମାନ୍ୟବର ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ, ରାଜଗାଙ୍ଗପୁର ର ମାନ୍ୟବର ବିଧାୟକ ଶ୍ରୀ ସିଏସ ରାଜନ ଇକ୍କା, ଛେଣ୍ଡିପଦା ର ମାନ୍ୟବର ବିଧାୟକ ଶ୍ରୀ ଅଗସ୍ତି ବେହେରା ଙ୍କ ପ୍ରତିନିଧି ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ରାଜ୍ୟ ପ୍ରଦୂଷଣ ଏବଂ ନିୟନ୍ତ୍ରଣ ବୋର୍ଡ ର ମେମ୍ବର ସେକ୍ରେଟାରୀ ଏବଂ ଚିଫ ଇଞ୍ଜିନିୟର ଆଭାସୀ ମାଧ୍ୟମରେ ଯୋଗ ଦେଇ ଆଇନିଗତ ଓ ପରିବେଶ ପ୍ରଭାବ ଉପରେ ବିସ୍ତୃତ ବିବରଣୀ ଦେଇଥିଲେ। ସେଇଭଳି ଯାନ୍ତ୍ରିକ ନିର୍ଦ୍ଦେଶକ, ମହାନଦୀ କୋଲ ଫିଲ୍ଡ ଲିମିଟେଡ(ଏମ.ସି.ଏଲ) ଉପସ୍ଥିତ ରହି ପୁରୁଣା ଖଣି ଖାଦାନ ର କିଭଳି ବ୍ୟବହାର କରିହେବ ତାର ବ୍ୟବସ୍ତାଗତ ଦିଗ ଉପରେ ଆଲୋକପାତ କରିଥିଲେ। ଉପସ୍ଥିତ ବିଧାୟକ ମାନେ ବର୍ତ୍ତମାନ ର ଅସୁବିଧା ବିଷୟରେ ଆଲୋକପାତ କରିବା ସହ ଅନେକ ଉପାଦେୟ ପ୍ରସ୍ତାବ ଦେଇଥିଲେ
ଉପରୋକ୍ତ ବୈଠକରେ ଜନସାଧାରଣ ଙ୍କୁ ସ୍ୱଚ୍ଛ ଜଳ, ବାୟୁ ଓ ନିରାପଦ ପରିବେଶ ଯୋଗାଇଦେବା ପରିପ୍ରେକ୍ଷୀରେ ଶିଳ୍ପଗୁଡିକ ଦ୍ୱାରା ନିଷ୍କାସିତ ଫ୍ଲାଇ ଆଶ୍ ଡମ୍ପିଂ, ଫ୍ଲାଇ ଆଶ୍ ପରିବହନ, ଫ୍ଲାଇ ଆଶ୍ ର ଉପଯୁକ୍ତ ବ୍ୟବହାର, ପାଉଁଶ ପୋଖରୀରେ ପାଉଁଶ (ଫ୍ଲାଇ ଆଶ୍) ର ନିଷ୍କାସନ ଆଦି ର ପରିଚାଳନା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଭୂତଳ ଜଳର ଗୁଣବତ୍ତା ଯାଞ୍ଚ କରିବା ସହିତ ଭୂତଳ ଜଳ ଉପରେ ଫ୍ଲାଇ ଆଶ୍ ଡମ୍ପିଂର ପ୍ରଭାବ ସମ୍ପର୍କରେ ପରୀକ୍ଷଣ କରିବାକୁ ପରାମର୍ଶ ଦିଆଯାଇଥିଲା। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କୁ ଏହି ସବୁ ଅଞ୍ଚଳରେ ଭୂତଳ ଜଳ ର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦାଖଲ ପାଇଁ ଦୁଇ ମାସ ସମୟ ଦିଆଯାଇଛି। ବେଆଇନ ଭାବେ ଫ୍ଲାଇ ଆଶ୍ ଫିଙ୍ଗିବା ରୋକିବା ପାଇଁ ଜିଲ୍ଲା ପ୍ରଶାସନକୁ ସବିଶେଷ ତଥ୍ୟ ପ୍ରଦାନ କରାଯିବ । ଯେଉଁ ଅଞ୍ଚଳରେ ଫ୍ଲାଇ ଆଶ୍ ଫିଙ୍ଗି ଦିଆଯାଉଛି ସେଠାରେ ଜନଜୀବନ ପ୍ରତି ଯେପରି କୌଣସି ପ୍ରକାର ର ବିପଦ ସୃଷ୍ଟି ନହୁଏ ସେଥିପାଇଁ ଥିବା ନିୟମାବଳୀ କୁ ଅନୁସରଣ କରି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏକ ପ୍ରମୁଖ ଚିନ୍ତାର ବିଷୟ ହେଉଛି ଫ୍ଲାଇ ଆଶ୍ ର ପରିବହନ, ଯାହାକୁ ଅନେକ ଥର ବିନା କଭରେଜ୍ ରେ ପରିବହନ କରାଗଲେ ରାସ୍ତାରେ ପଡିଯାଇଥାଏ, ଏହାର ମୁକାବିଲା ପାଇଁ ଫ୍ଲାଇ ଆସ୍ ଡମ୍ପିଂ ସମୟ ନିର୍ଦ୍ଧାରଣ କରାଗଲେ ଯାହାଦ୍ୱାରା ଏ ସମ୍ପର୍କରେ ଅଧିକ ସ୍ପଷ୍ଟ ଭାବରେ କାର୍ଯ୍ୟକାରୀ କରାଯାଇପାରିବ। କୌଣସି ଅଘଟଣ କିମ୍ବା ବେଆଇନ ଡମ୍ପିଂ ଯେପରି ନ ହୁଏ ତାହା ସୁନିଶ୍ଚିତ କରିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ,ଜିଲ୍ଲା ପରିବହନ ଅଧିକାରୀ, ସମ୍ପୃକ୍ତ ଜିଲ୍ଲା ଲୋକପ୍ରତିନିଧି ଙ୍କ ର ମିଳିତ ଭାବରେ ଏକ ସମନ୍ୱୟ କମିଟି ଗଠନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶିଳ୍ପାୟନ ନିମନ୍ତେ ଅନୁମତି ଠାରୁ ଫ୍ଲାଇ ଆଶ୍ ଡମ୍ପିଂ ର ପରିଚାଳନା ପର୍ଯ୍ୟନ୍ତ ପ୍ରତ୍ଯେକ କାର୍ଯ୍ୟ ରେ ସ୍ୱଚ୍ଛତା) କୁ ଗୁରୁତ୍ଵ ଦିଆଯାଇଛି Iଏହି ଅଞ୍ଚଳରେ ସର୍ବାଧିକ ଶିଳ୍ପ ଗୁଡିକ ଥିଦିଆଯାଇଛିବାରୁ ଅନ୍ୟ ଏକ ପ୍ରମୁଖ ଚିନ୍ତା ଉପରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀ ଆଲୋକପାତ କରିଥିଲେ ଯାହା ହେଉଛି ଜଳାଶୟ ଗୁଡିକରେ ବର୍ଜ୍ୟଜଳ ନିଷ୍କାସନ ଏବଂ ଏହାର ନିରାକରଣ କରିବା ପାଇଁ ଜଳାଶୟ ଗୁଡିକରେ ବର୍ଜ୍ୟଜଳ ନିଷ୍କାସନ ପୂର୍ବରୁ ବିଶୋଧନ କରାଯିବା ଆବଶ୍ୟକ ଏବଂ ବର୍ଜ୍ୟବସ୍ତୁକୁ ପୁନଃବ୍ୟବହାର କରିବା ପାଇଁ ଉପଯୁକ୍ତ ପଦ୍ଧତି କୁ ଅନୁପାଳନ କରାଯିବା ଆବଶ୍ୟକ ବୋଲି କହିଥିଲେ । ମାନ୍ୟବର ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଅନୁଷ୍ଠିତ ଆଲୋଚନା ଏକ ବହୁତ ଭଲ ପ୍ରାରମ୍ଭ, ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ମଧ୍ୟରେ ଘନିଷ୍ଠ ସମନ୍ୱୟ ରକ୍ଷା କରି ବିକଶିତ ହେବାକୁ ଥିବା ବ୍ୟବସ୍ଥା ଫଳପ୍ରଦ ହେବ ଏବଂ ଏକ ବିକଶିତ ଦେଶ ଗଠନ ରେ ସହାୟକ ମଧ୍ୟ ହେବ ।
ଉକ୍ତ ବୈଠକ ରେ ରାଜସ୍ୱ ବିଭାଗୀୟ ଆୟୁକ୍ତ, ଉତ୍ତରାଞ୍ଚଳ ଡିଭିଜନ, ଓଡ଼ିଶା, ସମ୍ବଲପୁର ଶ୍ରୀ ସଚିନ କୁମାର ଯାଦବ, ପୋଲିସ ଆଇଜ ଉତ୍ତରାଞ୍ଚଳ, ସମ୍ବଲପୁର ଶ୍ରୀ ହିମାଂଶୁ ଲାଲ, ସମ୍ବଲପୁର, ସୁନ୍ଦରଗଡ, ଅନୁଗୁଳ ଏବଂ ଝାରସୁଗୁଡା ଜିଲ୍ଲାର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ, ଙ୍କ ସମେତ ଅନାନ୍ୟ ସମ୍ପୃକ୍ତ ବିଭାଗୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *