ବରିଷ୍ଟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଥିଲା

ଆଜି ପୁରୀ ଡି ପି ସି ଅଫିସ ଠାରେ ପୁରୀ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ମାନଙ୍କରୁ ଆସିଥିବା ବରିଷ୍ଟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ପାଢ଼ୀ ସଭାପତିତ୍ବ କରିଥିଲେ । ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ବଳିଷ୍ଠ ପଦକ୍ଷେପ ନିଆଯାଇଛି । ଏବର୍ଷ ପୁରୀ ଜିଲ୍ଲାର ସବୁ ପିଲା ଯେପରି ବୋର୍ଡ ପରୀକ୍ଷାରେ ସମସ୍ତେ ପାସ୍ କରିବେ ଓ ପ୍ରତି ବିଦ୍ୟାଳୟର ୧୦ ଭାଗ ପିଲା ନିଶ୍ଚିତ A1 ପାଇବେ ସେଥିପାଇଁ ବିଭିନ୍ନ କମିଟି ଗଠନ କରାଯାଇ ଏକାଧିକ ପଦକ୍ଷେପ ନିଆଯାଇଛି ।

ନିର୍ଦିଷ୍ଟ ସମୟରେ କମିଟି ନିଜ ନିଜ ର ଲିଖିତ ପ୍ଲାନ୍ ୨/୩ ଦିନ ମଧ୍ୟରେ ପ୍ରଦାନ କରିବେ ଓ ତଦନୁଯାୟୀ କାର୍ଯ୍ୟକ୍ରମ ଯଥାଶୀଘ୍ର ଆରମ୍ଭ ହେବ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମମତା ମିଶ୍ର ଓ ହିମାଂଶୁ ଭୂଷଣ ସମରଥ, ବିଇଓ, ପୁରୀ ସଦର, ପ୍ରମୋଦ କୁମାର କର, ଜିଲ୍ଲା ସ୍କୁଲର ପ୍ରଧାନଶିକ୍ଷକ ଜ୍ୟୋତିର୍ମୟୀ ମିଶ୍ର, ଅନ୍ୟତମ ଜିଲ୍ଲା ଶିକ୍ଷାଧିକାରୀ ଶୈଳାଧିରାଜତନୟା ଶତପଥୀ ଓ ଅନ୍ୟାନ୍ୟ ପ୍ରଧାନ ଶିକ୍ଷକ,ପ୍ରାକ୍ତନ ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *