ନୂଆଗାଁ ଚାଷୀ ସଂଗଠନ ପକ୍ଷରୁ ବୈଠକ ଏରସମା
ନୂଆଗାଁ ଚାଷୀ ସଂଗଠନ ପକ୍ଷରୁ ବୈଠକ ଏରସମା :ଏରସମା ବ୍ଲକ ଅଧିନ ନୂଆଗାଁ ସିଦ୍ଧ ଗୁମ୍ଫା ଆଶ୍ରମ ପ୍ରାଙ୍ଗଣରେ ନୂଆଗାଁ ଚାଷୀ ସଂଗଠନ ପକ୍ଷରୁ ଅସିତ ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଏକ ଜରୁରୀ ବୈଠକ ଚାଷୀ ମାନ ଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ।ନୂଆଗାଁ ରାଜସ୍ୱ ଅଧିନ ନୂଆଗାଁ ମୌଜା ଓ ପାଣିଗାଡ଼ିଆ କନ୍ଧା ମୌଜା ର ସାରଦ ଦୁଇ ଦୋଫସଲି ଚାଷ ଜମି କୁ ଜେ ଏସ ଡବ୍ଲୁ କମ୍ପାନୀ ର ଟାଉନସିପ ନିର୍ମାଣ ପାଇଁ ଇଡିକୋ ପକ୍ଷରୁ ଗତ ବର୍ଷ ଜନ ଶୁଣାଣି ସରିଛି ।ଉକ୍ତ ଜନ ଶୁଣାଣି ରେ ଚାଷୀ ମାନେ ରୋକ ଠୋକ ଜମି ନ ଦେବ ପାଇଁ ମତ ରଖିଥିଲେ ।ପରେ ପ୍ରଶାସନ,କମ୍ପାନୀ ର ଚିନ୍ତା ବଢି ଯାଇଥିଲା ।ଚାଷୀ ମାନଙ୍କର ଅଭିଯୋଗ ଯେ ଚାଷ ଜମିର ଉଚିତ ମୂଲ୍ୟ ଦେବା ସହିତ ଜମି ହରାଉଥିବା ପ୍ରତେକ ପରିବାର ରୁ ଜଣକୁ ସ୍ଥାଇ ନିଯୁକ୍ତି ଦିଆଯାଉ ।ମାତ୍ର କମ୍ପାନୀ ଓ ଇଡିକୋ ର କେତେଜଣ ଅଧିକାରୀ ଚାଷୀ ମାନଙ୍କୁ ହାତୀ ଦେବୁ ଘୋଡା ଦେବୁ ର ମିଛ ପ୍ରଲୋଭନ ଦେଖାଇ ସହମତି ପତ୍ର ରେ ଦସ୍ତକତ ନେଉଛନ୍ତି ।ଏହି ଘଟଣା କୁ ସଂଗଠନ ପକ୍ଷରୁ ନିନ୍ଦା କରାଯାଉଛି ।ଆମ ଦାବି ପୂରଣ ନ ହେଲେ ପୈତୃକ ସମ୍ପତି କୁ ଆମେ କଦାପି ଛାଡ଼ିବୁ ନାହିଁ ।ଦରକାର ପଡ଼ିଲେ ଆଇନ ର ଆଶ୍ରୟ ନେବା ସହିତ ଆନ୍ଦୋଳନ ପନ୍ଥା ଗ୍ରହଣ କରିବୁ ବୋଲି ଚାଷୀ ସରୋଜ ଦାଶ, ତପନ ସାମନ୍ତରାୟ,ବିଷ୍ଣୁ ଲେଙ୍କା,ବିଚିତ୍ର ମନ୍ତ୍ରୀ,ମୁନେଇ ପ୍ରଧାନ,ଭମର ବେହେରା,ବିଜୟା ନନ୍ଦ ସ୍ୱାଇଁ,ଅର୍ଣ୍ଣଦା ରାଉତ ,କ୍ଷେତ୍ରମୋହନ ସାହୁ ପ୍ରମୁଖ ଚାଷୀ କହିଛନ୍ତି ।ଏହି ଜରୁରୀ ଚାଷୀ ବୈଠକରେ ଶତାଧିକ ଚାଷୀ ଉପସ୍ଥିତ ଥିଲା ବେଳେ ଖୁବ କମ ଦିନ ମଧ୍ୟରେ ତିନି ପଞ୍ଚାୟତର ସମସ୍ତ ଚାଷୀ ମେଳି ବାନ୍ଧିବେ ବୋଲି ସୂଚନା ମିଳିଛି ।ଯାହା କମ୍ପାନୀ ଓ ପ୍ରଶାସନ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହେବ ବୋଲି ବୁଦ୍ଧିଜୀବି ମାନେ ମତ ପୋଷଣ କରିଛନ୍ତି ।
