ବ୍ରାହ୍ମଣ ସମାଜ ବୈଠକ ଅନୁଷ୍ଠିତ
7/10/24 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ ସଭାପତି ଶ୍ରୀ ପରମା ନନ୍ଦ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ବ୍ରାହ୍ମଣ ସମାଜ ତରଫ ରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି।ଉତ୍କ ସଭାରେ ବ୍ରାହ୍ମଣ ମହାସଂଘ ର ସଭାପତି ଡ.ସଦାନନ୍ଦ ଶତପଥୀ ଯୋଗ ଦେଇ ସମାଜ ରେ ବ୍ରାହ୍ମଣ ମାନଙ୍କ ସ୍ଥିତି ଉପରେ ଆଲୋଚନା କରିଥିଲେ।ବ୍ରାହ୍ମଣ ସମାଜ ର ଉନ୍ନତି ନିମନ୍ତେ ଓଡ଼ିଶା ସରକାର ଙ୍କ ଦ୍ଵାରା ବ୍ରାହ୍ମଣ କଲ୍ୟାଣ ନିଗମ ଗଠନ କରିବା ନିମନ୍ତେ ଦୃଢ଼ ଦାବି ରଖିବା ସହିତ ପୁରୀ ଶ୍ରୀ କ୍ଷେତ୍ର ଠାରେ ବ୍ରାହ୍ମଣ ଭବନ ନିମନ୍ତେ ସମସ୍ତ ବ୍ରାହ୍ମଣ ଙ୍କ ଠାରୁ ସହଯୋଗ ଭିକ୍ଷା କରିଥିଲେ।ବ୍ରାହ୍ମଣ ସମାଜ ଜିଲା ଉପସଭାପତି ପଦ୍ମ ଚରଣ ପଣ୍ଡା ଉତ୍କ୍ ସଭା କୁ ପରିଚାଳନା କରିବା ସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟ ରେ ଶ୍ରୀଯୁକ୍ତ ଶ୍ରୀଧର ଦାଶ,ବାଇନାଥ ଦାଶ,ସତ୍ୟବାନ୍ ପାତ୍ର,ବ୍ରଜ ମୋହନ ପାତ୍ର,ସନ୍ତୋଷ ପାଢ଼ୀ,ବ୍ରଜ ମୋହନ ପତି,ମିହିରକାନ୍ତ ମହାପାତ୍ର,ପ୍ରଭାକର ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ।
