ବିଦ୍ୟୁତ୍ ପରିଷଦ ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ
ତା -୨/୧୨ ଜଟଣୀ ପୌର ପରିଷଦ ଅନ୍ତର୍ଗତ ଜଟଣୀ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଖୋର୍ଦ୍ଧା ସଂକୁଳ ବିଦ୍ୱତ୍ ପରିଷଦ ସଦସ୍ୟ ମାନଂକୁ ନେଇ ଏକ ଆଲୋଚନା ଚକ୍ର ବିଦ୍ୟାଳୟର ସଭାପତି ପ୍ରସନ୍ନ ରଥଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ” ଭାରତର ସ୍ଵ ” ଶୀର୍ଷକ ବିଷୟ ଉପରେ ସଂକୁଳ ଅନ୍ତର୍ଗତ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ, ଦାୟିତ୍ୱଥିବା ଆଚାର୍ଯ୍ୟ, ପ୍ରତ୍ୟେକ ବିଦ୍ୟାଳୟର ବିଦ୍ୱତ୍ ପରିଷଦର ସଭାପତି, ସମ୍ପାଦକ ମାନେ ଉପସ୍ଥିତ ରହି ସକ୍ରିୟ ଅଂଶ ଗ୍ରହଣ କରି ଥିଲେ | ଜଟଣୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇ ଥିଲେ | ସଂକୁଳ ବିଦ୍ୱତ୍ ପରିଷଦ ସଂଯୋଜକ ଗୋରାଚାନ୍ଦ ରାୟ ଅଭିମୁଖ୍ୟ ପ୍ରଦାନ, ସଂକୁଳ ପ୍ରମୁଖ ନଳିନୀକାନ୍ତ ପଣ୍ଡା, ସଂକୁଳ ବିଦ୍ୱତ୍ପରିଷଦ ସମ୍ପାଦକ ବଂଶୀଧର ପାଣିଗ୍ରାହୀ ମଂଚାସୀନ ହେବା ସହ ବକ୍ତବ୍ୟ ରଖି ଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ପ୍ରବଚକ ପଦ୍ମନାଭ ପାଣିଗ୍ରାହୀ, ଗୁଣନିଧି ବଳିୟାରସିଂହ, ଅର୍ଜୁନ ମହାପାତ୍ର, ନୀଳକଣ୍ଠ ମହାରଣା, ମାନସ ରଞ୍ଜନ ପଣ୍ଡା, ସିଦ୍ଧେଶ୍ୱର ମହାନା ବସନ୍ତ ସୁନ୍ଦରାୟ, ମନରଞ୍ଜନ ପଣ୍ଡା, ଦିଲ୍ଲୀପ କୁମାର ରାଉତ ରାୟ, ନୀଳକଣ୍ଠ ରଥ, ଗଗନ ପ୍ରତିହାରୀ ଓ କୁଳମଣି ପାଇକରାୟ ପ୍ରମୁଖ ଆଲୋଚନା ଅଂଶ ଗ୍ରହଣ କରିଥିଲେ | ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା ଧନ୍ୟବାଦ ଦେଇଥିଲେ | ବିଦ୍ୟାଳୟର ପଦ୍ମନାଭ ନାୟକ, ଗୁରୁଦତ୍ତ ସାହୁ, ପ୍ରକାଶ ପ୍ରଧାନ, ଉମାକାନ୍ତ ସାହୁ, ପୁଷ୍ପିତା ମହାରଣା, ଚିନମୟୀ ସାହୁ ପ୍ରମୁଖ ସହଯୋଗ କରିଥିଲେ |ଜଟଣୀରୁ ସ୍ବତନ୍ତ୍ର ପ୍ରତିନିଧି ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।
