ଗୀତାଜ୍ଞାନ ପାଠ୍ୟକ୍ରମର ଚତୁର୍ଦ୍ଦଶ ବର୍ଷର ପ୍ରାରମ୍ଭିକ ବୈଠକ
ରବିବାର 11ଘଟିକା ରେ ଓମ୍ ପ୍ରତିଷ୍ଠାନ କାର୍ଯ୍ୟାଳୟ, ପୁରୀ, ରେ ଗୀତାଜ୍ଞାନ ପାଠ୍ୟକ୍ରମର ଚତୁର୍ଦ୍ଦଶ ବର୍ଷର ପ୍ରାରମ୍ଭିକ ବୈଠକ,,ପ୍ରତିଷ୍ଠାତା ସ୍ୱାମୀ ପ୍ରଣବାନନ୍ଦ ପୁରୀ ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଚଳିତ ବର୍ଷ ଠାରୁ ଉଭୟ off line ଓ online modeରେ ଅଧ୍ୟାୟଭିତ୍ତିକ ପାଠ୍ୟକ୍ରମର ପରିଚାଳନା କରିବା ପାଇଁ ନିଷ୍ପତ୍ତି ନିଆଗଲା । ପ୍ରତି ରବିବାର ଦିନ ଅଭୀଜ୍ଞ ସାଧୁସନ୍ଥ, ପ୍ରୋଫେସର ମାନଙ୍କ ସହାୟତାରେ ପ୍ରତିଷ୍ଠାନର ନବ ନିର୍ମିତ ଶ୍ରୀଶ୍ରୀଦକ୍ଷିଣାମୂର୍ତ୍ତି ମଠ, ହାତୀଶାଳଠାରେ ଶ୍ରୀମଦ୍ଭଗବଦ୍ଗୀତା ବିଷୟକ ଶିକ୍ଷାଦାନ ଓ ଚର୍ଚ୍ଚା କରାଯିବ । ସମ୍ପୂର୍ଣ୍ଣ ନିଃଶୁକ୍ଳ ଭାବରେ ଏହାକୁ କାର୍ଯ୍ୟକାରୀ କରାଯିବ, ତେଣୁ ଏଥିରେ ଆଗ୍ରହୀ ବିଦ୍ୟାର୍ଥୀ, ଅଭିଭାବକଙ୍କ ସହ ଯେ କେହି ଶ୍ରଦ୍ଧାଳୁ ସାମିଲ ହୋବାପାଇଁ ଆହ୍ୱାନ କରାଯାଉଛି । ପ୍ରତି ରବିବାର ଦିନ ରୀତିମତ ଚାଲୁ ରହିଥିବା ଶ୍ରୀମଦ୍ଭଗବଦ୍ ଗୀତ ସମ୍ପୂର୍ଣ୍ଣ ପାରାୟଣ କାର୍ଯ୍ୟ ସହିତ ପୂର୍ବାହ୍ନରେ ଶିକ୍ଷାଦାନ କାର୍ଯ୍ୟ କରାଯିବା ପାଇଁ ନିଷ୍ପତ୍ତି ନିଆଗଲା । ଉକ୍ତ ବୈଠକରେ ସମ୍ମାନୀତ ଅତିଥି ରୂପେ ଅଧ୍ୟାପକ ଡ଼ ବଳରାମ ଦାଶ,ଅଧ୍ୟାପକପୂର୍ଣ୍ଣ ଚନ୍ଦ୍ର ମହାପାତ୍ର,ପ୍ରତିଷ୍ଠାନର ସର୍ବଶ୍ରୀ ଲମ୍ବୋଦର ସାହୁ, ସୁଶ୍ରୀ ସ୍ନେହ ନନ୍ଦ, ଡଃ ଭଗବାନ ସାମନ୍ତରାୟ, ଶ୍ରୀ ରମାବଲ୍ଲଭ ମହାପାତ୍ର, ଶ୍ରୀ ରଘୁନାଥ ସାହୁ, ଶ୍ରୀଜୟଦେବ ଆଚାର୍ଯ୍ୟ, ଶ୍ରୀମତୀ ରେଣୁକା ମିଶ୍ର, ଶ୍ରୀ ଦିଲ୍ଲୀପ ପଲାଉରୀ, ସୁଜାତା ମିଶ୍ର, ହରିହର ମହାପାତ୍ର, କ୍ରୀଷ୍ଣା ଚିନ୍ନରl ଆଲୋଚନା ଚକ୍ରରେ ଯୋଗଦେଇଥିଲେ ଉକ୍ତ ସମସ୍ତ ସଦସ୍ୟମାନଙ୍କ ସହଯୋଗରେ ପାଠ୍ୟକ୍ରମ ସମ୍ପର୍କିତ କାର୍ଯ୍ୟ ସମ୍ପାଦନ କରାଯିବା ପାଇଁ ସ୍ଥିର କରାଗଲା । ଆଗାମୀ ବୈଠକରେ ବିଦ୍ୟାର୍ଥୀଙ୍କର ରେଜିଷ୍ଟ୍ରେସନ୍, ପାଠ୍ୟ ପୁସ୍ତକ ଏବଂ ଶିକ୍ଷାନିର୍ଘଣ୍ଟ ପ୍ରକାଶିତ ହେବ । ଚଳିତ ବର୍ଷ ଠାରୁ ଶ୍ରେଷ୍ଠ କୃତିଙ୍କୁ 10000 ଟଙ୍କିଆ 3ଟି ପୁରସ୍କାର ସହିତ 50000 ଟଙ୍କାର ଅର୍ଥରାଶି ପୁରସ୍କାର ଦିଆଯିବା ପାଇଁ ଘୋଷଣା କରାଗଲା । ପରିଶେଷରେ ବିଶ୍ୱକଲ୍ୟାଣ ପ୍ରାର୍ଥନା ସହିତ ସାମୂହିକ ଶାନ୍ତିପାଠ ପୂର୍ବକ ବିଭୁ ଆଶିଷ କାମନା କରାଯାଇଥିଲା ।
