ଶ୍ରୀଅଲାରନାଥଙ୍କ ଅନବସର ଯାତ୍ରା ଦ୍ଵିତୀୟ ଦିନରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ
ଶ୍ରୀଅଲାରନାଥଙ୍କ ଅନବସର ଦ୍ଵିତୀୟ ଦିନରେ ପ୍ରବଳ ଗୁଳୁଗୁଳିରେ ଲକ୍ଷ ଲକ୍ଷ ଭକ୍ତ କରିଲେ ଶ୍ରୀଅଲାରନାଥଙ୍କ ଦର୍ଶନ l ଏହି ଅନବସର ଉତ୍ସବ ପ୍ରବଳ ଗୁଳୁଗୁଳିକୁ ନଜର ରଖି ବିଭିନ୍ନ ସମାଜସେବା ଅନୁଷ୍ଠାନ ପକ୍ଷରୁ ଜଳ ବଣ୍ଟନ, ଜଳ ଛିଞ୍ଚନ, ଏବଂ ପୋଲିସ ବାହିନୀ ଠାରୁ ଦମକଳ ବାହିନୀ ପର୍ଯ୍ୟନ୍ତ ସମସ୍ତଙ୍କ ସାହାଯ୍ୟ ରେ ସୁରୁଖୁରୁରେ ଚାଲିଛି ଶ୍ରୀଅଲାରନାଥ ଙ୍କ ଦର୍ଶନ କରିବା ସହିତ ଆନନ୍ଦ ବଜାରରେ ପ୍ରସାଦ ଖାଇଥିଲେ l ଏଠାରେ ଶ୍ରୀଅଲାରନାଥଙ୍କ କ୍ଷୀରି ଭୋଗର ଆଦର ଅଧିକ ପୌରାଣିକ କାଳରୁ ବର୍ଣ୍ଣିତ ଅଛି l ଏହି ଆନନ୍ଦ ବଜାରରେ ପ୍ରସାଦ ଖାଇବାର ସମସ୍ତ ବ୍ୟବସ୍ଥା ସୁବିଧା କରାଯାଇଛି l ଭକ୍ତମାନେ ଧାଡିରେ ଆସି ଶ୍ରୀଅଲାରନାଥ ଦର୍ଶନ କରି ଆନନ୍ଦ ବଜାରରେ ପ୍ରସାଦ ଖାଇ ଖୁସି ମନରେ ଫେରୁଥିବାର ଦେଖିବାକୁ ମିଳୁଛି।
