ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ସାଂସ୍କୃତିକ ଏବଂ ପ୍ରକଳ୍ପ ବୈଷୟିକ ସବ୍ କମିଟିର ବୈଠକ
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ସାଂସ୍କୃତିକ ଏବଂ ପ୍ରକଳ୍ପ ବୈଷୟିକ ସବ୍ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଏମାର ମଠ ନିକଟରେ ବିଶ୍ବସ୍ତରୀୟ ଲାଇବ୍ରେରୀ ସ୍ଥାପନା ହେବ। ଏଥିପାଇଁ ପ୍ରସ୍ତୁତ ହୋଇଥିବା ଡିପିଆର ଉପରେ ବିଶେଷ ଆଲୋଚନା ହୋଇଥିଲା। ରଘୁନନ୍ଦନ ଲାଇବ୍ରେରୀରେ ଥିବା ସମସ୍ତ ପୁସ୍ତକର ଡିଜିଟାଇଜେସନ କରାଯିବ। ଜଗନ୍ନାଥ ସଂସ୍କୃତି ବିଷୟରେ ଏଠାରେ ଗବେଷଣା କରାଯିବ। ଏମାର ମଠ ନିକଟରେ ଶ୍ରୀମନ୍ଦିର ସାଂସ୍କୃତିକ କେନ୍ଦ୍ର ମଧ୍ୟ ସ୍ଥାପନା ହେବ । ସେହିପରି ସେବାୟତ ଗୁରୁକୁଳ ନିର୍ମାଣ ନେଇ ବୈଠକରେ ଆଲୋଚନା ହୋଇଥିଲା। ଗୁରୁକୁଳ ନିର୍ମାଣ ହେବାକୁ ଥିବା ସ୍ଥାନରେ ଜମି ଜବରଦଖଲ ହୋଇଥିବା ବେଳେ ଏହାକୁ ଖୁବଶୀଘ୍ର ଉଛେଦ କରାଯିବ। ସେବାୟତ ବାସଗୃହ ନିର୍ମାଣ ନେଇ ସମସ୍ତ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ଆସନ୍ତା ମେ ମାସ ସୁଦ୍ଧା ଗୁଣ୍ଡିଚା ମନ୍ଦିରର ସମସ୍ତ କାର୍ଯ୍ୟ ସାରି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବା ପାଇଁ ଓବିସିସିକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବୈଠକରେ ପୁରୀ ବଡ଼ଦାଣ୍ଡର ଉନ୍ନତି କରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନର ଥିବା ନୀଳାଚଳ ଭକ୍ତ ନିବାସ ପ୍ରଶସ୍ତିକରଣ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମହାପ୍ରଭୁଙ୍କର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବାରୁ ଓବିସିସି ଦ୍ବାରା ଚାଲିଥିବା ସମସ୍ତ ନିର୍ମାଣ କାର୍ଯ୍ୟ କିଭଳି ରଥଯାତ୍ରା ପୂର୍ବରୁ ଶେଷ ହେବ ସେନେଇ ବୈଠକରେ ଗୁରୁତ୍ବ ଯାଇ ଦିଆଯାଇଥିଲା । ବାଇଟ 1 – ପ୍ରଫେସର ହରେକୃଷ୍ଣ ଶତପଥି ସଦସ୍ୟ ସାଂସ୍କୃତିକ କମିଟି ବାଇଟ 2 – ମହନ୍ତ ରାମକୃଷ୍ଣ ଦାସ ସଦସ୍ୟ, ସାଂସ୍କୃତିକ କମିଟି ବାଇଟ୍3- ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲାପାଳ, ପୁରୀ
