ବନଖଣ୍ଡ ସ୍ତରୀୟ ବନାଗ୍ନି ପ୍ରତିରୋଧ ସଚେତନତା କାର୍ଯକ୍ରମ ଅନୁଷ୍ଠିତ

ନାରାୟଣ ଡାକୁଆ ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡ ଅଧୀନ ବଡଗଡ ବନଖଣ୍ଡ ଖରିଗୁଡ଼ା ନର୍ସରୀ ଠାରେ ଆଜି ବନାଗ୍ନି ପ୍ରତିରୋଧ ସଚେତନତା କାର୍ଯକ୍ରମ ହୋଇଛି ।ଏଥିରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ ଉପସ୍ଥିତ ଥିବା ବେଳେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଉପସ୍ଥିତ ରହିବା ସହ ବନଖଣ୍ଡ ଅଧିକାରୀଙ୍କ ଜଙ୍ଗଲ ସୁରକ୍ଷା ଉପରେ ନିଜ ବକ୍ତବ୍ୟ ରଖି କହିଛନ୍ତି ଜେ କିଛି ଦିନ ମଧ୍ୟରେ ଖରାଦିନ ଆସୁଥିବାରୁ ନିଆଁ ପ୍ରତି ସମସ୍ତେ ସାବଧାନ ହେବା ଓ ଜଙ୍ଗଲ ରେ ନିଆଁ ଲାଗିଲେ ତାହାକୁ ଲିଭେଇବା ପାଇଁ ଚେଷ୍ଟା କରିବା ଓ ବନ ବିଭାଗ କୁ ଖବର ଦେବା ଯାହାରି ଫଳରେ ବନ୍ୟା ଜୀବଜନ୍ତୁ ସୁରକ୍ଷିତ ରହିବ ସହ ଜଳବାୟୁ ଠିକ୍ ରହିବ ଓ ଅମ୍ଳଜାନ ର ଅଭାବ ରହିବ ନାହି।ଉପସ୍ଥିତ ଥିବା ସମସ୍ତ ଙ୍କୁ ଜଙ୍ଗଲ ରେ ନିଆ ନ ଲଗେଇବା ପାଇଁ ଏସିଏଫ୍ ପ୍ରଦୀପ କୁମାର୍ ବେହେରା କହିଛନ୍ତି , ବଡଗଡ ଅଗ୍ନିଶମ ବିଭାଗର ଅଧକାରୀ ଓ ଅବସର ପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜୀ, ଦୀପିକା ଏନ୍ ଜିଓ ର ନିର୍ଦ୍ଦେଶକ, ସୋରଡ଼ା ପ୍ରାଣୀ ଚିକିତ୍ସାଳୟ ର ମୁଖ୍ୟ ଉପସ୍ଥିତ ରହିବା ସହ ସ୍ଥାନୀୟ ରେଞ୍ଜର ଅଞ୍ଜନ କୁମାର ନାୟକ ଓ ଲୋକମାନଙ୍କୁ ନେଇ ସଚେତନା କାର୍ଯ୍ୟକ୍ରମ ହୋଇଥିଲ।

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *