ଅବିଭାବିକାମାନଙ୍କର ଶୈକ୍ଷିକ ସମ୍ବନ୍ଧୀୟ ବୈଠକ |
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପୁରୁଣାବଜାର, ଭଦ୍ରକର ଅଭିଭାବକ ଓ ଅବିଭାବିକାମାନଙ୍କର ଶୈକ୍ଷିକ ସମ୍ବନ୍ଧୀୟ ବୈଠକ |
ଅଦ୍ୟ ତା ( ୨୩/୦୮/୨୫) ରିଖ, ଶନିବାର, ଅପରାହ୍ନ ୨ ଘଟିକା ସମୟରେ ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଯୋଜନା ଆଧାରରେ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପୁରୁଣାବଜାର ,ଭଦ୍ରକରେ, ଶ୍ରେଣୀ ୧ମ ରୁ ୧୦ମ ଯାଏ ଅଧ୍ୟୟନରତ ପିଲାମାନଙ୍କର ଅଭିଭାବକ ଓ ଅଭିଭାବିକାମାନଙ୍କୁ ନେଇ ଶୈକ୍ଷିକ ସମ୍ବନ୍ଧୀୟ ଏ ବର୍ଷର ପ୍ରଥମ ବୈଠକ ହୋଇଯାଇଛି । ଏଥିରେ ୩୦୦ ରୁ ଅଧୂକ ଅଭିଭାବକ ଓ ଅଭିଭାବିକା ଯୋଗଦେଇ, ସେମାନଙ୍କ ପିଲାର ସମସ୍ୟା କହିବା ସହ ସୁଚିନ୍ତିତ ମତାମତ ମଧ୍ଯ ଜଣାଇଥିଲେ, ଯାହା ଦ୍ବାରା ସମସ୍ତ ଶିଶୁ ଭାଇଭଉଣୀଙ୍କର ମଙ୍ଗଳ ହେବ | ଅଭିଭାବକମାନେ ପିଲାଙ୍କପ୍ରତି ଗୁରୁଜୀ ଗୁରୁମାଙ୍କର ପରିଶ୍ରମକୁ ମଧ୍ଯ ତାରିଫ କରିଥିଲେ | ଏହି ବୈଠକରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରାଜକିଶୋର ଦାସଙ୍କ ସହିତ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ବହଳି, ସମ୍ପାଦକ ମାନନୀୟ ଶ୍ରୀଯୁକ୍ତ ଶିବଶଙ୍କର ଦାସ ଓ କୋଷାଧକ୍ଷା ମାନନୀୟା ଶ୍ରୀମତୀ ଶକୁନ୍ତଳା ଦାସ ଉପସ୍ଥିତ ଥୂଲେ ଓ ସମସ୍ୟା ଗୁଡିକର ସମାଧାନର ଉପାୟ କହିଥିଲେ | ଉକ୍ତ ବୈଠକଟି ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟାମାନଙ୍କ ପୂର୍ଣ୍ଣ ସହଯୋଗରେ ସଫଳ ହୋଇଥୂଲା |
