ବିଶ୍ବ ରେଡକ୍ରସ ଦିବସ ପାଳନ ପ୍ରସ୍ତୁତି ବୈଠକ

ପୁରୀ ୨/୫ ପ୍ରତ୍ୟେକ ବର୍ଷ ମଇ ମାସ ୮ ତାରିଖ କୁ ବିଶ୍ବ ରେଡକ୍ରସ ଦିବସ ଭାବେ ପାଳନ କରାଯାଇଥାଏ।ସମଗ୍ର ବିଶ୍ୱ ରେ ସେବା ଓ ସହାୟତା ପାଇଁ ପ୍ରସିଦ୍ଧି ଲାଭ କରିଥିବା ରେଡକ୍ରସ ଏକ ସେବା ଅନୁଷ୍ଠାନ।ପୁରୀ ଜିଲ୍ଲାରେ ଏହାକୁ ସୁଚାରୁ ରୁପେ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନିର୍ଦ୍ଦେଶ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଏଡିଏମପିଏଚଓ ଡା ବିନୋଦ ରଥ,ରେଡକ୍ରସ ସଦସ୍ୟ ଗୀତାଞ୍ଜଳି ପଣ୍ଡା, ଜୟନ୍ତୀ ମହାପାତ୍ର, ଡ ସୁବ୍ରତ କୁମାର ଜୟସିଂ,ଶ୍ୟାମ ପ୍ରକାଶ ସେନାପତି, ରାଧାକାନ୍ତ ଦାଶ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ।

ସର୍ବ ସମ୍ମତି ନିଷ୍ପତ୍ତି ଅନୁସାରେ ମଇ ୮ ତାରିଖ ସକାଳ ୭ଘଟିକା ରେ ଏକ ସଚେତନତା ଶୋଭାଯାତ୍ରା ମେଡିକାଲ ଛକଠାରୁ ବାହାରି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଠାରେ ପହଞ୍ଚିବ।ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଠାରେ ରେଡକ୍ରସ ପତାକା ଉତ୍ତୋଳନ ସହ ରୋଗୀ ମାନଙ୍କୁ ଫଳ ବଣ୍ଟନ,ସଭା ଆୟୋଜନ ଓ ଏକ ରକ୍ତ ଦାନ ଶିବିରର ବ୍ୟବସ୍ଥା କରାଯିବ ବୋଲି ସ୍ଥିର ହୋଇଛି।ସେହିପରି ରେଡକ୍ରସ ରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ କୁ ସମ୍ବର୍ଦ୍ଧନା ର ବ୍ୟବସ୍ଥା କରାଯିବ ବୋଲି ସ୍ଥିର ହୋଇଛି।

Leave a Reply

Your email address will not be published. Required fields are marked *