କଳିଙ୍ଗ ବରପୁତ୍ର ବିଜୁ ବାବୁଙ୍କ୧୧୦ତମ ଜୟନ୍ତୀ ଅବସରରେ ମେଗା ରକ୍ତଦାନ ଶିବିର ।

ଚିକିଟି,5/3( ):ଚିକିଟି ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ରାମଚନ୍ଦ୍ର ପୁର ଗ୍ରାମ ପଞ୍ଚାୟତ ଅଧୀନ ଚାନ୍ଦପୁର ଗ୍ରାମର ଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ମହାନ ଜନ ନାୟକ, ଓଡ଼ିଶାର ଗର୍ବ ଓଗୌରବ ,ପୂର୍ବତନ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ ଓ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଚିକିଟି ର ପୂର୍ବତନ ବିଧାୟିକା ଶ୍ରୀମତୀ ଉଷା ଦେବୀ,ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ବାବା ସାହେବ ଶ୍ରୀ ରୁପ ଦେବ,ବ୍ଲକ ଚେୟାର ମେନ୍,ପାତ୍ରପୁର ଜିଲ୍ଲା ସଭାପତି, ଚିକିଟି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର ମଣ୍ଡଳ,ସ୍ଥାନୀୟ ସରପଞ୍ଚ,ଜୀବନ ବିନ୍ଦୁ

ସଂଯୋଜକ ଶ୍ରୀଯୁକ୍ତ ସୁବାଷ ମହାରଣା,ବରିଷ୍ଠ ନେତୃବୃନ୍ଦ,ଯୁବ,ଛାତ୍ର ଏବଂ ସମସ୍ତ କର୍ତ୍ତା ମାନେ ଯୋଗ ଦେଇ ବିଜୁ ପଟ୍ଟନାୟକ ଙ୍କ ଫଟୋ ଚିତ୍ରରେ ଦ୍ଵୀପ ପ୍ରଜ୍ବଳନ ଓ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।ବିଜୁ ବାବୁ ଙ୍କ ନୀତି ଆଦର୍ଶ କୁ ମନେ ପକାଇ ବିଜୁ ବାବୁ ଅମର ରହେ ବୋଲି ସ୍ଳୋଗାନ ଦେଇଥିଲେ।ବିଜୁ ବାବୁ ଙ୍କ 110 ତମ ଜୟନ୍ତୀ ଅବସରରେ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଚିକିଟି ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ଅଞ୍ଚଳର ଯୁବକ ମାନେ ରକ୍ତ ଦାନ କରିଥିଲେ। ପ୍ରାୟ ୧୦୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

Leave a Reply

Your email address will not be published. Required fields are marked *