ସୁସ୍ଥ ନାରୀ ସଶକ୍ତ ପରିବାର ଯୋଜନାରେ ମେଗା ସ୍ବାସ୍ଥ୍ୟ ଶିବିର

ଗଣିଆ – ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଗତ ୧୭ ତାରିଖରୁ ଚାଲିଥିବା ସୁସ୍ଥ ନାରୀ ସଶକ୍ତ ପରିବାର ଯୋଜନାରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ସ୍ବାସ୍ଥ୍ୟ ଶିବିରକୁ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଶରତ କୁମାର କର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ, ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ, ଜିଲ୍ଲା ଅତିରିକ୍ତ ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଅଶୋକ କୁମାର ସାହୁ, ଜିଲ୍ଲା ଆଶା ପରିଚାଳକ ସୀତାକାନ୍ତ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ ବୟସର ମହିଳାଙ୍କୁ ସ୍କ୍ରିନି° କରାଯିବ ବୋଲି ଅତିଥି ମାନେ ମତ ଦେଇଥିଲେ । ମା ସୁସ୍ଥ ରହିଲେ ପରିବାର ସୁସ୍ଥ ରହିବ । ରୋଗ ଲୁଚେଇଲେ ବଢିବା ସମ୍ଭାବନା ଥିବାରୁ ନଲୁଚେଇକି ଡାକ୍ତର ପରାମର୍ଶ ନିହାତି ଆବଶ୍ୟକ ବୋଲି ସେମାନେ ପ୍ରକାଶ କରିଥିଲେ । ଗଣିଆରେ ଏଭଳି ଏକ ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିବାରୁ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଲୋକପ୍ରତିନିଧି ମାନେ କୃତଜ୍ଞତା ଜ୍ଞାପନ କରିଥିଲେ । ଗତ ୪ ଦିନରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନରେ ୪୨୧୪ ଜଣ ମହିଳାଙ୍କର ସ୍କ୍ରିନି° କରାଯାଇଥିବା ସ୍ବାସ୍ଥ୍ୟ ଅଧିକାରୀ ପ୍ରକାଶ କରିଥିଲେ । ଆଜିର ଏହି ଶିବିରରେ ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ନବକିଶୋର ସାହୁ, ଡାକ୍ତର ରଜତ କୁମାର ପଣ୍ଡା, ଡାକ୍ତର ପୁର୍ଣ୍ଣେନ୍ଦୁ ଶେଖର ନନ୍ଦ, ଡାକ୍ତର ଲୋଚନ କୁମାର କାଟା, ଡାକ୍ତର ଗିରିଧାରୀ ମଲ୍ଲ, ଡ଼ାକ୍ତର ତୀର୍ଥ ସ୍ବାସ୍ଥ୍ୟ ପ୍ରୟାଗ ଉପସ୍ଥିତ ରହି ରୋଗୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ବ୍ଳକ ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କମଳା ମହାରଣା, ପୁରୁଷ ସ୍ବାସ୍ଥ୍ୟ କର୍ମୀ ଆଶୁତୋଷ ପ୍ରଧାନଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *