ଭବାନୀପୁର ପଂଚାୟତରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଧର୍ମଶାଳା–ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭବାନୀ ପୁର ପଞ୍ଚାୟତ ରେ ମେଗା ସ୍ବାସ୍ଥ୍ୟଶିବିର ଅନୁଷ୍ଠିତ ହୋଇଛି । ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଏହାକୁ ଆୟୋଜନ କରାଯାଇଛି ।ଧର୍ମଶାଳା ଥାନାର ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ନାୟକ ଏହି ସ୍ବାସ୍ଥ୍ୟ ଶିବିର କୁ ଉଦ୍ଘାଟନ କରିଛନ୍ତି ।ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ସ୍ୱାସ୍ଥ୍ୟଶିବିର ଗତ ୫ତାରିଖ ଠାରୁ ଆରମ୍ଭ ହୋଇଛି ।ଏଠାରେ ବିଭିନ୍ନ ବିଭାଗ ର ଅଭିଜ୍ଞ ଡାକ୍ତର ମାନେ ଆସି ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ।ଏହାସହ ମାଗଣା ରେ ରୋଗୀ ମାନଙ୍କୁ ଔଷଧ ଯୋଗାଇ ଦିଆଯାଉଛି ।ଯୋଉ ରୋଗୀମାନଙ୍କ ର ଅଧିକ ସ୍ବାସ୍ଥ୍ୟ ସମସ୍ୟା ରହୁଚି ସେମାନଙ୍କୁ ରାଜ୍ୟର ବଡ ବଡ ହସ୍ପିଟାଲ ରେ ଟ୍ରଷ୍ଟ ପକ୍ଷରୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ଏହା ଧର୍ମଶାଳା ର ସମସ୍ତ ପଞ୍ଚାୟତ ଗୁଡ଼ିକ ରେ ଅନୁଷ୍ଟିତ ହେବବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *