ମେଘଧୁତ ତରଫରୁ ବିଶ୍ୱ ବନ ଦିବସ ଅବସରରେ ଆଲୋଚନାଚକ୍ର ଅନୁଷ୍ଟିତ

ଆନନ୍ଦପୁର ଫକୀରପୁର ସ୍ଥିତ “ମେଘଦୂତ” ତରଫରୁ ବିଶ୍ଵ ବନ ଦିବସ ପାଳିତ ହୋଇଯାଇଛି । ଏଥିରେ ପ୍ରକୃତି ସୁରକ୍ଷା, ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଵୃକ୍ଷ ରୋପଣ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । “ମେଘଦୂତ”ର ସମ୍ପାଦକ ପୁଷ୍ପଲତା ସାହୁ ଏହି ଦିବସର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ “ମେଘଦୂତ”ର ପ୍ରତିଷ୍ଠାତା ପ୍ରକୃତିବନ୍ଧୁ ତ୍ରିଲୋଚନ ସାହୁ ବନ୍ୟପ୍ରାଣୀ ସଂରକ୍ଷଣ ଓ ବୃକ୍ଷ ରୋପଣ ଉପରେ ଗୁରୁତ୍ତ୍ୱାରୋପ କରି ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ବୃକ୍ଷଗୁଡ଼ିକର କିଭଳି ଯତ୍ନ ନିଆଯାଇପାରିବ ସେଥିପ୍ରତି ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ । ଆଗକୁ ଖରାର ପ୍ରକୋପ ଧୀରେ ଧୀରେ  ବଢ଼ିବ, ତେଣୁ ଏହାକୁ ଆଖି ଆଗରେ ରଖି ବିଭିନ୍ନ ପଶୁ ପକ୍ଷୀ ମାନଙ୍କ ପାଇଁ ଜଳ ବ୍ୟବସ୍ଥା କରାଯିବବୋଲି ଆଲୋଚନା ହୋଇଥିଲା । ଏଥିରେ ସମାଜସେବୀ ରାଜ୍ କିଶୋର ବାରିକ, ମନୋଜ କୁମାର ସାହୁ, ରଞ୍ଜିତ୍ ନାୟକ, ତାପସ କୁମାର ସାହୁ ଏବଂ ଅଜୟ କୁମାର ସାହୁ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଆଗାମୀ ଦିନରେ ଜଙ୍ଗଲ ନିଆଁ କୁ ରୋକିବା ପାଇଁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ସଚେତନତା ଶିବିରମାନ ଆୟୋଜିତ ହେବ ବୋଲି ପ୍ରକୃତି ବନ୍ଧୁ ତ୍ରିଲୋଚନ ସାହୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *