ସାଂସଦ ବିଭୁ ତରାଇ ଙ୍କ ତିର୍ତ୍ତୋଲ ଆଦିକବି ସାରଳା ଦାସ ମହାବିଦ୍ୟାଳୟ ପରିଦର୍ଶନ

ତିର୍ତ୍ତୋଲ: ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ଆଜି ଅପରାହ୍ନରେ ତିର୍ତ୍ତୋଲ ସ୍ଥିତ ଆଦିକବି ସାରଳା ଦାସ ମହାବିଦ୍ୟାଳୟ ପରିଦର୍ଶନ କରିଛନ୍ତି l ଏହି ଉପଲକ୍ଷେ ମହାବିଦ୍ୟାଳୟ ସଭା ଗୃହ ରେ ଅଧ୍ୟକ୍ଷ ନଳିନୀ କାନ୍ତ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ପ୍ରାରମ୍ଭ ରେ ମହାବିଦ୍ୟାଳୟ ତରଫରୁ ସାଂସଦ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ, ପ୍ରାଧ୍ୟାପକ ଅରୁଣ କୁମାର ପଣ୍ଡା, ପ୍ରୟୋଗଶାଳା ପ୍ରଶିକ୍ଷକ ସନାତନ ଲେଙ୍କା, ପ୍ରାଧ୍ୟାପକ ସୁରଞ୍ଜନ ଲେଙ୍କା, ଅଧ୍ୟାପକ ନରେଶ ମହାପାତ୍ର, ପ୍ରମୁଖ ମହାବିଦ୍ୟାଳୟ ର ଥିବା ସମସ୍ୟା ଛାତ୍ରୀ ନିବାସ ପାର୍ଶ୍ଵ ରେ ପାଚେରୀ ନିର୍ମାଣ ସହ ଛାତ୍ରୀ ନିବାସ କୁ କାର୍ଯ୍ୟକ୍ଷମ କରିବା, ମହାବିଦ୍ୟାଳୟ ପରିସର ରେ ପୂର୍ବରୁ ଅଳ୍ପ କାର୍ଯ୍ୟ ହୋଇ ଦୀର୍ଘ ବର୍ଷ ଧରି ବନ୍ଦଥିବା ପ୍ରେକ୍ଷାଳୟ ର ନିର୍ମାଣ, ଜୀବ ବିଜ୍ଞାନ ବିଭାଗର ପରୀକ୍ଷା ଗାର ଗୃହର ନିର୍ମାଣ, ବିପଦ ସଂକୁଳ ଭାବେ ଥିବା ଅବ୍ୟବହୃତ ଆଜବେଷ୍ଟସ ଗୃହ କୁ ଭଙ୍ଗା ଯାଇ ସେହି ସ୍ଥାନରେ ଛାତ୍ର ଛାତ୍ରୀଙ୍କ ପାଇଁ ଶ୍ରେଣୀ ଗୃହ ଓ ସାଇକଲ ଷ୍ଟାଣ୍ଡ ନିର୍ମାଣ, ଖେଳ ପଡିଆ ର ଉନ୍ନତି କରଣ, ଖାଲି ପଡ଼ିଥିବା ସ୍ଥାନରେ ଅଧ୍ୟାପକ ଙ୍କ ନିଯୁକ୍ତି ଆଦି ଦାବି ଉପସ୍ଥାପନା କରିବା ସହ ଦାବି ପତ୍ର ସାଂସଦ ଙ୍କୁ ପ୍ରଦାନ କରିଥିଲେ l

ସାଂସଦ ଶ୍ରୀ ତରାଇ ତାଙ୍କ ବକ୍ତବ୍ୟରେ ତିର୍ତ୍ତୋଲ ମହାବିଦ୍ୟାଳୟ କୁ ଏକ ଉନ୍ନତ ମହାବିଦ୍ୟାଳୟ କରିବା ପାଇଁ ଛାତ୍ର ଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ସହ ଛାତ୍ର ଛାତ୍ରୀ ଶୃଙ୍ଖଳିତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ l ମହା ବିଦ୍ୟାଳୟ ପରିସରରେ ପ୍ରେକ୍ଷାଳୟ ନିର୍ମାଣ ପାଇଁ ପାରାଦ୍ଵୀପ ବନ୍ଦର ଆଞ୍ଚଳିକ ଉନ୍ନୟନ ପାଣ୍ଠି ଜରିଆରେ ଖୁବ୍ ଶୀଘ୍ର ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇ ନିର୍ମାଣ କାର୍ଯ୍ୟ କରାଯିବ ବୋଲି କହିଥିଲେ l ଏଥି ସହ ପାଚେରୀ ନିର୍ମାଣ ପାଇଁ ତାଙ୍କ ସାଂସଦ ପାଣ୍ଠି ରୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କହିଥିଲେ l ଶେଷରେ ଅଧ୍ୟାପକ ଦୀପକ ସିଂହ ଧନ୍ୟ ବାଦ ଦେଇଥିଲେ l

Leave a Reply

Your email address will not be published. Required fields are marked *