ସ୍ମାରକୀ ପୁରସ୍କାର ଟ୍ରଷ୍ଟ ର ବାର୍ଷିକ ପୁରସ୍କାର ବିତରଣଉତ୍ସବ

ସ୍ମାରକୀ ପୁରସ୍କାର ଟ୍ରଷ୍ଟ ର ବାର୍ଷିକ ପୁରସ୍କାର ବିତରଣଉତ୍ସବ l ସ୍ମାରକୀ ପୁରସ୍କାର ଟ୍ରଷ୍ଟ ମାର୍କଣ୍ଡେଶ୍ଵର ସାହି ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ମୁଖ୍ୟବକ୍ତାଭାବେ ଡାଃ ଚତୁର୍ଭୁଜ ଭୂୟାଁ ଓ ସମ୍ମାନିତ ଅତିଥି ଭାବରେ ଶିଶୁ ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ, ଡାଃ ଶ୍ରୀକାନ୍ତ ପଣ୍ଡା, ଡାଃ ସବ୍ୟସାଚୀ ପଟ୍ଟନାୟକ, ପୂର୍ବତନ କାଉନସିଲର ଭକ୍ତ ଚରଣ ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସ୍ଵର୍ଣ୍ଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ lଉପସଭାପତି ରେଣୁକା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ l ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବିଦ୍ୟାଳୟର ପାଞ୍ଚଜଣ ଶ୍ରେଷ୍ଠ ବାଳିକାଙ୍କୁ ବିଦ୍ୟାଳୟ କଳିକା, ବିଦ୍ୟାଳୟ ପ୍ରସୂନ କନ୍ୟାରତ୍ନ , ବିଦ୍ୟାଳୟ ଶ୍ରୀ, ବିଦ୍ୟାଳୟ ରତ୍ନ ସମ୍ମାନ ରେ ସାର୍ଟିଫିକେଟ, ଟ୍ରଫି, ଆର୍ଥିକ ପ୍ରୋତ୍ସାହନ ଦିଆଯାଇ ସମ୍ମାନିତ କରାଯାଇଥିଲା l ଏହା ବ୍ୟତୀତ ବିଷୟଗତ, ସାଂସ୍କୃତିକ, ସାମାଜିକ, ବ୍ୟବହାରିକ, ପାରମ୍ପରିକ, କ୍ଷେତ୍ରରେ, ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ୪୧ ଜଣ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ଶିଶୁ ସମାଚାର ର ସମ୍ପାଦକ ସୁକାନ୍ତ ପଣ୍ଡା, ଅନୁପମା ପଣ୍ଡା ପାଞ୍ଚଜଣଙ୍କୁ ଟ୍ରଫି, ଖାତା କଲମ ପ୍ରଦାନ କରିଥିଲେ l

ନାରୀ ସଶକ୍ତୀକରଣ ଶିକ୍ଷା ଦ୍ଵାରା ହିଁ ସମ୍ଭବ l ନାରୀ ହେଉଛି ସେହି ପ୍ରଦୀପ ଯିଏକି ସମାଜରୁ ସମସ୍ତ ପ୍ରକାର କଳୁଷ କାଳୀମାକୁ ଦୂର କରି ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ l ବରିଷ୍ଠ ଶିକ୍ଷୟିତ୍ରୀ ଶର୍ମିଷ୍ଠା ବରାଳ ଧନ୍ୟବାଦ ଅର୍ପଣ କରିଥିଲେ l ଶିକ୍ଷୟିତ୍ରୀ ମଧୁମିତା ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ସୁଜାତା ପ୍ରଧାନ, ରଶ୍ମିତା ତ୍ରିପାଠୀ, ମନସ୍ଵିନୀ ମିଶ୍ର ପୁରସ୍କାର ପରିଚାଳନା କରିଥିଲେ ଓ ସ୍ଵାଗତିକା ମହାପାତ୍ର, ମାହେସ୍ମିତା ପ୍ରଧାନ, କଳ୍ପନା ପଲାଇ, ମମାଲି ନାଥ ଅତିଥି ଅଭ୍ୟର୍ଥନା କାର୍ଯ୍ୟ ସମ୍ପାଦନ କରିଥିଲେ l ଶିକ୍ଷକ ନବକୁମାର ନାୟକ, କୋକିଳ ସେଠୀ, ଦିଲ୍ଲୀପ ସାହୁ ଅଭିଷେକ ମହାପାତ୍ର, ସଂଜୀବ ଲୋଚନ ମହାନ୍ତି ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ l ଟ୍ରଷ୍ଟର ସଦସ୍ୟ ସଦ୍ଯ ଅବନୀଶ ରଥ, ପ୍ରତିମା ରାଣୀ ମିଶ୍ର, ସବିତା ପୃଷ୍ଟି, ଯମୁନି ସାହୁ, ସବିତା ପୃଷ୍ଟି ଓ ପୁରାତନ ଛାତ୍ରୀ ମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *